Latest Odisha News

BREAKING NEWS

ଚୀନ୍‌ ପାଇଁ ଆମେରିକାର ନୂଆ ନିୟମ; ଏଣିକି ଆମେରିକାରେ ମାତ୍ର ଏକ ମାସ ରହିପାରିବେ ଚୀନ୍‌ ନେତା

ୱାଶିଂଟନ୍: ଦୀର୍ଘ ଦିନ ଧରି ଆମେରିକା ଏବଂ ଚାଇନା ମଧ୍ୟ ଉତ୍ତେଜନା ଚାଲିରହିଛି। ବର୍ତ୍ତମାନ ଟ୍ରମ୍ପ ପ୍ରଶାସନ ଚାଇନାର କମ୍ୟୁନିଷ୍ଟ ପାର୍ଟିର ନେତା ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ଉପରେ ଅନେକ ନୂଆ ପ୍ରତିବନ୍ଧକ ଲଗାଇଛନ୍ତି। ଏହା ହୁଏତ ଉଭୟ ଦେଶରେ ଉତ୍ତେଜନା ବଢାଇପାରେ ଯାହା କରୋନା, ହଂକଂ ଏବଂ ଦକ୍ଷିଣ ଚୀନ୍ ସାଗର ଭଳି ପ୍ରସଙ୍ଗକୁ ନେଇ ଆଗରୁ ଚାଲିଛି।

ଟ୍ରମ୍ପ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ନୂତନ ନିୟମ ଅନୁଯାୟୀ ଚୀନ୍ ନେତା ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ଦିଆଯାଇଥିବା ଭିସାର ବୈଧତା ଅବଧି ମାତ୍ର ଏକ ମାସ ହେବ। ତୁରନ୍ତ ପ୍ରଭାବ ସହିତ ଏହି ନିୟମଗୁଡିକ କାର୍ଯ୍ୟକାରୀ କରାଯାଇଛି। ଏହି ନୂତନ ନିୟମ ପରେ, ବର୍ତ୍ତମାନ ଆମେରିକାରେ ଚୀନ୍ ନେତାମାନେ ମାତ୍ର ଏକ ମାସ ରହିପାରିବେ।

Comments are closed.