Latest Odisha News

BREAKING NEWS

ହିଟ୍‌ ଲିଷ୍ଟରେ ବାଇଡେନ୍‌, ଓବାମା, ମାର୍କ ଜୁକରବର୍ଗ

ୱାଶିଂଟନ: ହିଟ୍ ଲିଷ୍ଟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ତାଙ୍କ ପରାମର୍ଶଦାତା। ଜଣେ ବ୍ୟକ୍ତି ପିସ୍ତଲ ସହିତ ଧୀରେ ଧୀରେ ହ୍ବାଉସ୍‌ ଆଡକୁ ଯାଉଥିବାର ଦେଖିବାକୁ ମିଳିଛି। କିନ୍ତୁ ସେ ତାଙ୍କ ଉଦ୍ଦେଶ୍ୟରେ ସଫଳ ହେବା ପୂର୍ବରୁ ପୋଲିସ ତାଙ୍କୁ ଧରିଥିଲା। ଖବର ଅନୁଯାୟୀ, ଏହି ୨୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ନାମ ହେଉଛି କେଓଚୁଆ ବ୍ରିଲିଆନ୍ ଜୋଙ୍ଗ। ଏଥିରୁ ଏକ ଆର୍-୧୫ ରାଇଫଲ ଏବଂ ଗୁଳି ଜବତ କରାଯାଇଛି।

ଜୋଙ୍ଗ ତଦନ୍ତକାରୀଙ୍କୁ କହିଛନ୍ତି ଯେ ଆମେରିକାକୁ ସୈତାନଙ୍କ କବଳରୁ ମୁକ୍ତ କରିବା ଜରୁରୀ। ଏହାସହିତ କ୍ଷମତା ଥିବା ଲୋକଙ୍କୁ ହତ୍ୟା କରିବା ଜରୁରୀ। କୁହାଯାଉଛି ଯେ ଜୋଙ୍ଗଙ୍କର ଏକ ହିଟ୍ ତାଲିକା ଥିଲା। ଏହି ତାଲିକାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ତାଙ୍କର ମୁଖ୍ୟ ଚିକିତ୍ସା ପରାମର୍ଶଦାତା ତଥା ସଂକ୍ରାମକ ରୋଗ ବିଶେଷଜ୍ଞ ଡକ୍ଟର ଆନ୍ଥୋନୀ ଫାଉସିଙ୍କ ନାମ ସାମିଲ ରହିଛି।

ଏମାନଙ୍କ ବ୍ୟତୀତ ବିଲ୍ କ୍ଲିଣ୍ଟନ୍, ଓବାମା ଏବଂ ଫେସବୁକ୍ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ନାମ ମଧ୍ୟ ଏହି ତାଲିକାରେ ଥିଲା। ପଚରାଉଚରା ବେଳେ ଜୋଙ୍ଗ କହିଛନ୍ତି ଯେ ହ୍ବାଇଟ୍‌ ହାଉସରେ ପଶି ହିଟ୍ ତାଲିକାରେ ଥିବା ଲୋକଙ୍କୁ ହତ୍ୟା କରିବାର ଯୋଜନାକୁ କେହି ନଷ୍ଟ କରିପାରିବେ ନାହିଁ। ବର୍ତ୍ତମାନ ଜୋଙ୍ଗଙ୍କ ବିରୋଧରେ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

Comments are closed.