Latest Odisha News

BREAKING NEWS

ଦେଶରେ ଦିନକରେ ୩୫% ବଢ଼ିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କାୟା ମେଲାଇ ଚାଲିଛି କରୋନା । ଦୈନିକ ସଂକ୍ରମଣ ବଢ଼ି ବଢ଼ି ଚାଲିଛି । ଗତ ସପ୍ତାହରେ ୧୦ ହଜାର ତଳେ ରହିଥିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ଚଳିତ ସପ୍ତାହରେ ୨୦ ହଜାର ପାର କରିଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୨ହଜାର ୭୭୫ ସଂକ୍ରମିତ । ଗତକାଲି ଅପେକ୍ଷା ଆଜି ସଂକ୍ରମଣ ୩୫ ପ୍ରତିଶତ ବଢ଼ିଛି ।

ମହାରାଷ୍ଟ୍ରରୁ ସର୍ବାଧିକ ୮ହଜାର ପଜିଟିଭ୍ ବାହରିଛନ୍ତି । ପଶ୍ଚିମବଙ୍ଗରୁ ୩ହଜାର ୪୫୧, କେରଳରୁ ୨ହଜାର ୬୭୬, ଦିଲ୍ଲୀରୁ ୧୭ଶହ ୯୬ ଓ ତାମିଲନାଡୁରୁ ଚିହ୍ନଟ ହୋଇଛନ୍ତି ଆଉ ୧୧ଶହ ୫୫ ଆକ୍ରାନ୍ତ । ଦେଶରେ ଓମିକ୍ରନ୍ କେସ୍ ବଢ଼ିବା ପରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଥରେ ଉପରମୁହାଁ ହୋଇଛି ।

୨୪ ଘଣ୍ଟାରେ ଦେଶରୁ କରୋନା ଆଉ ୪୦୬ ଆକ୍ରାନ୍ତ ପ୍ରାଣ ନେଇଛି । ଦେଶରେ ଆକ୍ଟିଭ୍ କେସ୍ ୧ଲକ୍ଷ ୪ହଜାର ରହିଛି । ସୁସ୍ଥହାର ରହିଛି ୯୮.୩୨% ।

Leave A Reply

Your email address will not be published.