Latest Odisha News

BREAKING NEWS

ଆଇପିଏଲରେ ଖେଳିବେ ଆମେରିକୀୟ କ୍ରିକେଟର । ଜାଣନ୍ତୁ କିଏ ଏହି ଖେଳାଳି

ଦୁବାଇ: ଚଳିତ ଥର ଆଇପିଏଲରେ ଖେଘଳିବେ ଜଣେ ଆମେରିକୀୟ କ୍ରିକେଟର । ଏହି କ୍ରିକେଟର ଜଣଙ୍କ ହେଉଛନ୍ତି ଅଲ୍ଲୀ ଖାନ ।

କୋଲକାତା ନାଇଟ ରାଇଡର୍ସ ଦଳର ଦ୍ରୁତ ବୋଲର ହ୍ୟାରି ଗର୍ନି ଆହତ ଥିବା କାରଣରୁ ତାଙ୍କ ସ୍ଥାନରେ ଅଲ୍ଲୀ ଖାନଙ୍କୁ ଖେଳାଇବାକୁ ନିଷ୍ପତ୍ତି ହୋଇଛି । ଏହି ୨୯ ବର୍ଷୀୟ କ୍ରିକେଟର ହେଉଛନ୍ତି ପ୍ରଥମ ଆମେରିକୀୟ ଖେଳାଳି ଯେ କି ଟି ଟ୍ୱେଣ୍ଟିରେ ଭାଗ ନେବେ ।

ଗତ ଜାନୁଆରୀ ମାସରେ ଆଇପିଏଲର ଖେଳାଳି ନିଲାମ ବେଳେ ଅଲ୍ଲୀ ଏଥିରେ ଭାଗ ନେଇଥିଲେ । କିନ୍ତୁ କୌଣସି ଦଳ ତାଙ୍କୁ ନିଜ ଦଳରେ ସାମିଲ କରି ନ ଥିଲେ ।

କାରିବିଆନ କ୍ରିକେଟ ଲିଗ ୨୦୨୦ରେ ଖେଳି ବିଜେତା ହୋଇଥିବା ତ୍ରିନବାଗୋ ନାଇଟ ରାଇଡର୍ସ ଟିମର ସଦସ୍ୟ ଥିଲେ ଅଲ୍ଲୀ ଖାନ । ତାଙ୍କର ଦ୍ରୁତ ବୋଲର ଭାବେ ରେକର୍ଜ ରହିଛି ।

ଚଳିତ ବର୍ଷ ଆଇପିଏଲର ତ୍ରୟୋଦଶ ସଂସ୍କରଣ ଖେଳାଯାଉଛି । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହା ଭାରତରେ ଖେଳା ନ ଯାଇ ୟୁଏଇରେ ଖେଳାଯାଉଛି । ସେପ୍ଟେମ୍ବର ୧୯ରେ ଆଇପିଏଲ ମ୍ୟାଚ୍ ଆରମ୍ଭ ହେବାକୁ ଯାଉଛି । ଅଲ୍ଲୀ ଖାନ ଖେଳିବାକୁ ଥିବା କେକେଆଲ ଟିମ୍ ଆସନ୍ତା ୨୩ ତାରିଖରେ ମୁମ୍ବାଇ ଇନଣ୍ଡିଆନ୍ସ ବିପକ୍ଷରେ ମ୍ୟାଚ୍ ଖେଳିବ ।

Leave A Reply

Your email address will not be published.