Latest Odisha News

ଆମେରିକା; ଜାତୀୟ ସୁରକ୍ଷା ଦଳ ଘୋଷଣା କଲେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌

ୱାଶିଂଟନ୍: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଗତକାଲି ତାଙ୍କର ଜାତୀୟ ସୁରକ୍ଷା ଦଳ ଘୋଷଣା କରିଛନ୍ତି ଯେଉଁଥିରେ ତିନିଜଣ ମହିଳା ସାମିଲ୍‌ ଅଛନ୍ତି। ପ୍ରଥମ ଥର ପାଇଁ ଜଳବାୟୁରେ ଏକ ସ୍ୱତନ୍ତ୍ର ଦୂତଙ୍କୁ ଜାତୀୟ ସୁରକ୍ଷା ପରିଷଦରେ ସାମିଲ୍‌ କରାଯିବ।

ବାଇଡେନ୍‌ ଚାହୁଁଛନ୍ତି ଯେ ଆଣ୍ଟୋନି ବ୍ଲିଙ୍କେନଙ୍କୁ ବୈଦେଶିକ ମନ୍ତ୍ରୀ, ଆଲେଜାଣ୍ଡ୍ରୋ ମାୟୋରକସଙ୍କୁ ଗୃହମନ୍ତ୍ରୀ, ଲିଣ୍ଡା ଥୋମାସ-ଗ୍ରୀନଫିଲ୍ଡଙ୍କୁ ମିଳିତ ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ଏବଂ ଅରଭିଲ ହେନ୍ସଙ୍କୁ ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଉ। ଏହି ପଦବୀ ପାଇଁ ମନୋନୀତ ହୋଇଥିବା ହେନ୍ସ ପ୍ରଥମ ମହିଳା ହେବେ।

ବାଇଡେନ୍‌ ପୂର୍ବତନ ବୈଦେଶିକ ସଚିବ ଜନ୍ କେରିଙ୍କୁ ଜଳବାୟୁ ପାଇଁ ରାଷ୍ଟ୍ରପତିଙ୍କ ସ୍ୱତନ୍ତ୍ର ଦୂତ ପଦ ପାଇଁ ମନୋନୀତ କରିବାକୁ ଘୋଷଣା କରିଛନ୍ତି। ଜାତୀୟ ସୁରକ୍ଷା ପରିଷଦରେ ଏହି ପଦବୀରେ ଅବସ୍ଥାପିତ ହୋଇଥିବା କେରି ପ୍ରଥମ ଅଧିକାରୀ ହେବେ। ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବେ ଜେକେ ସୁଲିବନ୍‌ଙ୍କୁ ନିଯୁକ୍ତି ଦିଆଯାଇଛି।

ଉଲ୍ଲେଖନୀୟ କଥା ହେଉଛି, ଭାରତୀୟ-ଆମେରିକୀୟ ମାଲା ଆଡିଗାଙ୍କୁ ଜିଲ୍ ବାଇଡେନ୍‌ଙ୍କ ବରିଷ୍ଠ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି। ଜାନୁଆରୀ ୨୦ ରେ ଜୋ ବାଇଡେନ୍‌ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବା ପରେ ଜିଲ ଦେଶର ପ୍ରଥମ ମହିଳାଙ୍କ ଦାୟିତ୍ୱ ଗ୍ରହଣ କରିବେ।

Comments are closed.