Latest Odisha News

BREAKING NEWS

ଆର୍ୟନଙ୍କ ଗିରଫକୁ ନେଇ ଏମିତି କହିଲେ ରବୀନା

ନୂଆଦିଲ୍ଲୀ: ଡ୍ରଗ୍ସ ଜବତ ମାମଲାରେ ଗିରଫ ହେବାପରେ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ସମର୍ଥନରେ ବାହାରକୁ ବାହାରିଛନ୍ତି ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ। ଅନେକ ସେଲିବ୍ରିଟିଙ୍କ ମଧ୍ୟରେ ରବୀନା ହେଉଛନ୍ତି ଅନ୍ୟତମ। ଆର୍ୟନଙ୍କ ଜାମିନ ଆବେଦନ ଶୁଣାଣି ପୂର୍ବରୁ ଅଭିନେତ୍ରୀ ଦାବି କରିଛନ୍ତି ଯେ ଏଠାରେ ‘ଲଜ୍ଜାଜନକ ରାଜନୀତି’ ଖେଳାଯାଉଛି।

ଆର୍ୟନଙ୍କ ଭବିଷ୍ୟତକୁ ନେଇ ଖେଳାଯିବା ଉଚିତ ନୁହେଁ ବୋଲି ରବୀନା କହିଛନ୍ତି। ସେ ଲେଖିଛନ୍ତି, ଲଜ୍ଜାଜନକ ରାଜନୀତି ଖେଳାଯାଉଛି .. ଏହା ଜଣେ ଯୁବକଙ୍କ ଜୀବନ ଏବଂ ଭବିଷ୍ୟତ ସହ ଖେଳାଯାଉଛି।

Comments are closed.