Latest Odisha News

BREAKING NEWS

ଜିତିବାର ୨୪ ଘଣ୍ଟା ପରେ ହାରିଗଲେ କଂଗ୍ରେସ ପ୍ରାର୍ଥୀ; ନିର୍ବାଚନ କମିଶନଙ୍କ ବିରୋଧରେ କୋର୍ଟକୁ ଯିବେ

ବେଙ୍ଗାଲୁର:କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଶନିବାର ପ୍ରକାଶ ପାଇଲା । କଂଗ୍ରେସ ଶିବିରରେ ବିଜୟର ଦୀପାବଳି  । ସମସ୍ତେ ମନାଉଛନ୍ତି ବିଜୟ ଉତ୍ସବ । ହେଲେ ଏଇ କଂଗ୍ରେସ ନେତାଙ୍କୁ ଦେଖ, ବିଜୟର ଖୁସିକୁ  ଦିନଟିଏ ବି ଉପଭୋଗ କରିପାରିଲେ ନାହିଁ । ବିଜୟର ଦିନକ ପରେ ଅର୍ଥାତ ଗତକାଲି ସେ ଜାଣିବାକୁ ପାଇଲେ ଯେ ବିଜେପି ପ୍ରାର୍ଥୀ ତାଙ୍କଠାରୁ ୧୬ ଖଣ୍ଡ ଭୋଟ ଅଧିକ ପାଇଁ ଜିତିଛନ୍ତି । ଏମିତି ଲେଟନାଇଟ ହାଇଡ୍ରାମା ଦେଖିବାକୁ ମିଳିଛି କର୍ଣ୍ଣାଟକର ଜୟନଗର ବିଧାନସଭା ଆସନରେ ।

ପୁନଃଗଣତି ପରେ ବିଜେପି ପ୍ରାର୍ଥୀ ସିକେ ରାମମୂର୍ତ୍ତିଙ୍କୁ ବିଜେତା ବୋଲି ଘୋଷଣା କରାଯାଇଛି । ଏହାକୁ ନେଇ କ୍ଷୁବ୍ଧ ହୋଇଛି କଂଗ୍ରେସ । ଏହା ବିରୋଧରେ ସେ ହାଇକୋର୍ଟକୁ ଯିବ ବୋଲି କହିଛି ।

ନିର୍ବାଚନ କମିଶନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସୌମ୍ୟା ରେଡ୍ଡୀଙ୍କୁ ୫୭ ହଜାର ୭୮୧ଟି ଭୋଟ୍ ମିଳିଥିଲା ।  ରାମମୂର୍ତିଙ୍କୁ ୫୭ହଜାର ୭୯୭ଟି ଭୋଟ୍ ମିଳିଛି । ଶନିବାର ଦିନ ତମାମ ଗଣତି ସମୟରେ ସୌମ୍ୟା ଆଗୁଆ ରହି ଆସୁଥିଲେ । ଗଣତି ସରିଲା ବେଳକୁ ସୌମ୍ୟା ରେଡି ୧୯୪ଟି ଅଧିକ ଭୋଟରେ ବିଜୟୀ ହୋଇଥିଲେ ।

ଏହା ପରେ କଂଗ୍ରେସ ବିଜୟ ଉତ୍ସବ ପାଳନ କରୁଥିବାବେଳେ ବିଜେପି ପୁନଃଗଣତି ପାଇଁ ଦାବି କରିଥିଲା ।  ନିର୍ବାଚନ କମିଶନ ପୁନର୍ଗଣତି କରିବାପରେ  ୧୬ ଟି ଭୋଟରେ କଂଗ୍ରେସ ପ୍ରାର୍ଥୀ ସୌମ୍ୟା ରେଡ୍ଡୀ ହାରିଯାଇଥିବା ଜଣାଯାଇଛି ।

କହିଛି କଂଗ୍ରେସ ‘ବିଜେପି ପ୍ରାର୍ଥୀ ଏବଂ ନିର୍ବାଚନ କମିଶନଙ୍କ ବିରୋଧରେ ଆମେ ହାଇକାର୍ଟକୁ ଯିବୁ ।’  କଂଗ୍ରେସ ଅଭିଯୋଗ ଆଣିଛି ରାମମୂର୍ତ୍ତିଙ୍କ ୧୬୦ ଖଣ୍ଡ ଭୋଟ ସକାଳ ଗଣତିରେ ରିଜେକ୍ଟ ହୋଇଥିବାବେଳେ ପରେ ନିର୍ବାଚନ କମିଶନ ଏହାକୁ ବୈଧ ଘୋଷଣା କରିଥିଲେ । ଜଣେ ବରିଷ୍ଠ ନେତା ଏ ନେଇ କହିଛନ୍ତି, ପୋଷ୍ଟାଲ ଭୋଟ ଯାହା ଆସିଛି ତାହା ନନ ଗେଜେଟେଡ ଅଫିସରଙ୍କ ଦ୍ୱାରା ଦସ୍ତଖତ କରାଯାଇଛି । ତେଣୁ ଏହାକୁ ବୈଧ ବୋଲି କୁହାଯାଇ ପାରିବ ନାହିଁ ।

ଯାହାବି ହେଉ, ବିଜୟୀ ଘୋଷିତ ହେବା ପରେ ଏବେ ବିଜେପି ଶିବିରରେ ଖୁସିର ମାହୋଲ ଦେଖିବାକୁ ମିଳିଛି ।

Leave A Reply

Your email address will not be published.