Latest Odisha News

BREAKING NEWS

ଗ୍ରାହକ ସାଜି ଆସିଲେ, ବନ୍ଧୁକ ଦେଖାଇ ଲୁଟିନେଲେ ୧୫ କୋଟିର ଗହଣା

ଯାଜପୁର: ଗ୍ରାହକ ସାଜି ସୁନା ଦୋକାନକୁ ଆସିଥିଲେ । ସୁନା ଗହଣା ଦେଖିଲେ । ଶେଷରେ ମାରଣାସ୍ତ୍ର ଦେଖାଇ ଦୋକାନ ଲୁଟିନେଲେ । ଏପରି ଘଟଣା ଘଟିଛି ଯାଜପୁର ଜିଲ୍ଲା ବ୍ୟାସ ନଗରରେ ।  ପୋଲିସକୁ ଚାଲେଞ୍ଜ ଦେଇ ଦିନ ୧ଟାରୁ ସାଢେ ଗୋଟାଏ ସମୟରେ ଏପରି ଲୁଟପାଟ ଘଟାଇଛନ୍ତି ଦୁର୍ବୃତ୍ତ ।

ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ ସେନକୋ ଗୋଲଡ ସୁନା ଅଳଙ୍କାର ଦୋକାନରେ ଦିନ ଦ୍ୱିପହରେ ଡକାୟତି। ସାତ ଜଣିଆ ଡକାୟତ ଦଳ ଗ୍ରାହକ ରୂପେ ଦୋକାନ ଭିତରକୁ ପ୍ରବେଶ କରି ଏହି ଲୁଟ କରିଥିଲେ । ଡକାୟତ ମାନେ କର୍ମଚାରୀଙ୍କୁ ମାଡ଼ ମାରିବା ସହିତ ଗ୍ରାହକଙ୍କୁ ଆକ୍ରମଣ କରିଥିଲେ । ପରେ ୧୨ କର୍ମଚାରୀ ଓ ଗ୍ରାହକଙ୍କୁ ବାଥରୁମରେ ବନ୍ଦ କରିଥିଲେ । ତାପରେ ବିପୁଳ ପରିମାଣର ସୁନାରୂପା ଅଳଙ୍କାର ଲୁଟି ନେଇଛନ୍ତି।

ଦୁର୍ବୃତ୍ତଙ୍କ ଆକ୍ରମଣରେ ଦୁଇଜଣ କର୍ମଚାରୀ ଆହତ ହୋଇ ଯାଜପୁର ରୋଡ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି। ଷ୍ଟେଟ ବ୍ୟାଙ୍କ ନିକଟରେ ଥିବା ସେନକୋ ସୁନା ଦୋକାନରୁ ଏହି ଡକାୟତି ହୋଇଛି। ପ୍ରାୟ  ୧୫ କୋଟିରୁ ଉର୍ଦ୍ଧ ଟଙ୍କାର ସୁନାରୂପା ଅଳଙ୍କାର ଡକାୟତି ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ଡକାୟତ ମାନେ କମ୍ପ୍ୟୁଟର ଗୁଡିକ ଭାଙ୍ଗିଦେବା ସହିତ ହାର୍ଡ ଡିସ୍କ ଆଦି ନେଇଯାଇଛନ୍ତି। ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ଏବଂ ସନ୍ଧାନି କୁକୁର ସହାୟତା ରେ ତଦନ୍ତ ଜାରିରହିଛି ।

Leave A Reply

Your email address will not be published.