ନୂଆଦିଲ୍ଲୀ : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ସମର୍ଥନ କରି ଅଡୁଆରେ ଫସିଛନ୍ତି ୩ ବିଜେପି ନେତା । ଏହି ମନ୍ତବ୍ୟ ଲାଗି ସେମାନଙ୍କୁ ୧୦ ଦିନ ଭିତରେ ସ୍ପଷ୍ଟିକରଣ ଦେବା ପାଇଁ କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଏନେଇ ଜାତୀୟ ଗଣମାଧ୍ୟମ ଏନଡିଟିଭିରେ ରିପୋର୍ଟ ପ୍ରକାଶ ପାଇଛି ।
ବିଜେପି ପ୍ରାର୍ଥୀ ସାଧ୍ଵୀ ପ୍ରଜ୍ଞା ଠାକୁର ନାଥୁରାମଙ୍କୁ ଜଣେ ‘ଦେଶଭକ୍ତ’ କହିଥିଲେ। ଏହାପରେ ୨ ବିଜେପି ସାଂସଦ ନଳିନୀ କୁମାର କଟିଲ, କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର ହେଗଡେ ମଧ୍ୟ ଏହି ମନ୍ତବ୍ୟକୁ ସମର୍ଥନ କରିଥିବା ଖବର ନଜରକୁ ଆସିଛି । ଦେଶରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ଦଳୀୟ ନେତାଙ୍କ ଏଭଳି ମନ୍ତବ୍ୟ ପାର୍ଟି ପାଇଁ ଅଡୁଆ ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
“ଗଡସେ ଜଣଙ୍କୁ, କଶାବ ୭୨, ରାଜୀବ ଗାନ୍ଧି ୧୭, ୦୦୦’ଙ୍କୁ ହତ୍ୟା କରିଛନ୍ତି। ଆପଣମାନେ ବିଚାର କରନ୍ତୁ କିଏ ନିଷ୍ଠୁର”। ଏଭଳି ଏକ ଟ୍ୱିଟ୍ କରିଛନ୍ତି କର୍ଣ୍ଣାଟକର ବିଜେପି ସାଂସଦ ନଳିନୀ କୁମାର କଟିଲ। ଯିଏକି ଦକ୍ଷିଣ କନ୍ନଡରୁ ନିର୍ବାଚନ ଲଢ଼ୁଛନ୍ତି।
ସେହିପରି କର୍ଣ୍ଣାଟକର ଅନ୍ୟ ଜଣେ ସାଂସଦ ଅନନ୍ତ କୁମାର ହେଗଡେ ମଧ୍ୟ ଟ୍ୱିଟ୍ କରିଥିଲେ, “୭ ଦଶନ୍ଧି ପରେ ଗଡସେଙ୍କୁ ନିନ୍ଦା କରାଯାଉଥିବା ଦେଖିବାକୁ ମିଳିଛି।
ଏହାର କିିଛି ସମୟ ପରେ ଏହି ଦୁଇ ସାଂସଦଙ୍କ ଟ୍ୱିଟ୍ ଡିଲିଟ୍ ହୋଇଯାଇଥିବା ବେଳେ ହେଗଡେ ଆଉ ଏକ ଟ୍ୱିଟ୍ କରି କହିଥିଲେ, “ତାଙ୍କ ଟ୍ୱିଟର ଆକାଉଣ୍ଟ ଗତ ଏକ ସପ୍ତାହକ ମଧ୍ୟରେ ୨ ଥର ହ୍ୟାକ ହୋଇଛି ଏବଂ ଟାଇମଲାଇନରୁ କିଛି ଟ୍ୱିଟ୍ କରାଯାଇଛି। ଯାହାକୁ ଏବେ ଡିଲିଟ୍ କରିଦିଆଯାଇଛି । ଏଭଳି ପୋଷ୍ଟ ମୋ ଆକାଉଣ୍ଟରୁ ହୋଇଥିବାରୁ ମୁଁ ଦୁଃଖ ପ୍ରକାଶ କରୁଛି”।
मैं नाथूराम गोडसे के बारे में दिये गए मेरे बयान के लिये देश की जनता से माफ़ी माँगती हूँ । मेरा बयान बिलकुल ग़लत था । मैं राष्ट्रपिता महात्मा गांधी जी का बहुत सम्मान करती हूँ ।
— Sadhvi Pragya singh thakur (@SadhviPragya_MP) May 16, 2019
ପରେ ଏହି ଘଟଣାରେ ସ୍ୱାଧୀ ପ୍ରଜ୍ଞା ଗୁରୁବାର ଦିନ କ୍ଷମାପ୍ରାର୍ଥନା କରିବା ସହ ଏକ ଟ୍ୱିଟ୍ ମଧ୍ୟ କରିଛନ୍ତି ।
Comments are closed.