Latest Odisha News

ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଅମିତ ଶାହଙ୍କ ସହ ମନ୍ଦିର ଯାଇଛନ୍ତି । ଶ୍ରାବଣର ଶେଷ ସୋମବାରରେ ଅମିତ ଶାହ ଲିଙ୍ଗରାଜ ମନ୍ଦିରରେ ଜଳାଭିଷେକ କରିଛନ୍ତି । ମନ୍ଦିର ଭିତରେ ଥିବା ଦେବୀ ପାର୍ବତୀଙ୍କ ମନ୍ଦିରରେ ଶାହ ପୂଜାର୍ଚ୍ଚନା କରିଛନ୍ତି ।

କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଲିଙ୍ଗରାଜ ମନ୍ଦିର ଦର୍ଶନ ବେଳେ ୧୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପରେ ଅମିତ ଶାହ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଘରକୁ ଯାଇ ସକାଳ ଜଳଖିଆ ଖାଇଥିଲେ । ଏହାପରେ ଅମିତ ଶାହ କଟକ ଅଭିମୁଖେ ଯାଇଛନ୍ତି । ସେଠାରେ ସେ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟକୁ ଯିବେ । ଇନଡୋର ଷ୍ଟାଡିୟମରେ ଦୈନିକ ପଜାତନ୍ତ୍ରର ୭୫ତମ ବାର୍ଷିକ ଉତ୍ସବରେ ଯୋଗ ଦେବେ ।

କଟକରୁ ଫେରିବା ପରେ ଅମିତ ଶାହ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସମୀକ୍ଷା ବୈଠକ କରିବେ । ଏହାପରେ ମେ ଫେୟାର କନଭେନସନରେ ମୋଦି@20 ପୁସ୍ତକର ଓଡ଼ିଆ ସଂସ୍କରଣ ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି । ୨୦୦୧ରୁ ମୋଦି ମୁଖ୍ୟମନ୍ତ୍ରୀ ହେବାରୁ ନେଇ ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ହେବା ଯାଏ ଏହି ପୁସ୍ତକରେ ଉଲ୍ଲେଖ ରହିଛି । ଅମିତ ଶାହ ସନ୍ଧ୍ୟା ୬ଟା ୩୦ରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.