Latest Odisha News

BREAKING NEWS

ଛତିଶଗଡ଼ରେ ଅମିତ ଶାହା, ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଗୃହମନ୍ତ୍ରୀ

ରାୟପୁର: ନକ୍ସଲ ଆକ୍ରମଣର ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଗୃହମନ୍ତ୍ରୀ ଅମିତ୍ ଶାହା । ଆଜି ଛତିଶଗଡର ଜଗଦଲପୁରରେ ପହଁଚି ସେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଆଜି ସକାଳେ ହିଁ ଶାହା ଦିଲ୍ଲୀରୁ ଜଗଦଲପୁର ଅଭିମୁଖେ ଗସ୍ତ କରିଥିଲେ । ମାଓବାଦୀଙ୍କ ଅମାନବୀୟ କାଣ୍ଡର ବଦଲା ନେବାକୁ ବଡ ଅପରେସନ ପାଇଁ ଯୋଜନା ଆରମ୍ଭ ହୋଇଯାଇଛି ।
ହସ୍ପିଟାଲରେ ପହଁଚି ଆହତ ଯବାନଙ୍କୁ ସେମାନଙ୍କୁ ସ୍ବାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିବେ ଅମିତ ଶାହା । ଜଗଦଲପୁରରେ ଶାହ ଏକ ବୈଠକ ମଧ୍ୟ କରିବେ । ଯେଉଁଥିରେ ଗୁଇନ୍ଦା ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ସିଆରପିଏଫର ଅଧିକାରୀମାନେ ସାମିଲ ହେବେ । ଏହା ପୂର୍ବରୁ ଗତକାଲି ଦିଲ୍ଲୀରେ ଶାହା ଏକ ବୈଠକ କରିଥିଲେ । ଯେଉଁଥିରେ ଗୋଇନ୍ଦା ସଂସ୍ଥାର ଅଧିକାରୀଙ୍କ ସହ ଅର୍ଦ୍ଧସାମରିକବଳର ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । ଛତିଶଗଡ ବିଜାପୁରରେ ନକ୍ସଲ ଆକ୍ରମଣରେ ୨୪ ଜଣ ଯବାନ ସହିଦ ହୋଇଛନ୍ତି । 
Leave A Reply

Your email address will not be published.