ନୂଆଦିଲ୍ଲୀ: ସାହାରା ଜମାକାରୀଙ୍କ ପାଇଁ ଖୁସି ଖବର । ସାହାରାରେ ଟଙ୍କା ଜମା କରିଥିବା ହିତାଧିକାରୀ ଫେରି ପାଇବେ ନିଜ ନିଜ ଟଙ୍କା । ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ସାହାରା ରିଫଣ୍ଡ ପୋର୍ଟାଲର ଲଞ୍ଚ କରିଛନ୍ତି ।
ଆଜି ଦିଲ୍ଲୀର ଅଟଳ ଉର୍ଜା ଭବନରେ ଗୃହମନ୍ତ୍ରୀ ଅମିତ ଶାହ ଏହି ରିଫଣ୍ଡ ପୋର୍ଟାଲ ଲଞ୍ଚ କରିଛନ୍ତି । ସାରା ଦେଶରେ ଲକ୍ଷ ଲକ୍ଷ ଲୋକ କୋଟି କୋଟି ଟଙ୍କା ସାହାରା ଇଣ୍ଡିଆରେ ଜମା କରିଥିଲେ । ଏହି ପୋର୍ଟାଲ ଲଞ୍ଚ ହେବା ପରେ ନିବେଶକଙ୍କ ମନରେ ପୁଣି ଆଶାର ସଞ୍ଚାର ହୋଇଛି । ସେମାନେ ଟଙ୍କା ଫେରି ପାଇବାର ସମ୍ଭାବନା ଦେଖା ଦେଇଛି ।
ପୋର୍ଟାଲ ଲଞ୍ଚ କରିବା ସମୟରେ କେନ୍ଦ୍ର ମନ୍ତ୍ରୀ ଅମିତଶାହ କହିଛନ୍ତି, ଏହା ଦ୍:ାରା ପାଖାପାଖି ୪ କୋଟି ଲୋକ ପ୍ରାଥମିକ ସ୍ତରରେ ଫାଇଦା ପାଇ ପାରିବେ । ଏହି ସାହାରା ରିଫଣ୍ଡ ପୋର୍ଟାଲ ସହାୟତାରେ ୫ ହଜାର କୋଟି ଟଙ୍କା ନିବେଶକଙ୍କୁ ଫେରାଇ ଦିଆଯିବ । ସେ ଆହୁରି କହିଥିଲେ,ଦୀର୍ଘ ବର୍ଷ ସାହାରାକୁ ନେଇ କୋର୍ଟରେ କେସ ଚାଲିଲା । ନରେନ୍ଦ୍ର ମୋଦି ସରକାର ନିବେଶକଙ୍କ ହିତ ପାଇଁ ପ୍ରଥମ ଥର ପାଇଁ ରିଫଣ୍ଡ ପୋର୍ଟାଲ ଜରିଆରେ କରୁଛନ୍ତି । ଯେଉଁମାନେ ଏଥିରେ ଟଙ୍କା ଜମା କରିଛନ୍ତି ସେମାନଙ୍କ ଟଙ୍କା କେହି ନେଇ ପାରିବେ ନାହିଁ ।
ଏହି ରିଫଣ୍ଡ ପୋର୍ଟାଲରେ ସେହି ନିବେଶକଙ୍କ ଟଙ୍କା ଫେରସ୍ତ ମିଳିପାରିବ, ଯେଉଁମାନଙ୍କ ନିବେଶର ମ୍ୟାଚୁରିଟି ପୂରା ହୋଇ ଯାଇଛି । ଏହି ପୋର୍ଟାଲରେ ନିବେଶକ ତାଙ୍କ ନାମ ପଞ୍ଜୀକୃତ କରିବେ । ଭେରିଫିକେଶନ ପରେ ତାଙ୍କ ଟଙ୍କା ଫେରସ୍ତର ପ୍ରକ୍ରିୟା ଆରମ୍ଭ ହେବ । ନିବେଶକଙ୍କ କାଗଜପତ୍ର ସହାରା ଗ୍ରୁପ ସମିତି ଦ୍:ାରା ୩୦ ଦିନ ମଧ୍ୟରେ ଯାଞ୍ଚ କରାଯବ ।
ଏହା ପରେ ଅନଲାଇନରେ କ୍ଲେମ କରିବାର ୧୫ ଦିନ ଭିତରେ ଏସଏମଏସ ଜରିଆରେ ନିବେଶକଙ୍କୁ ସୂଚିତ କରି ଦିଆଯିବ । ଏହା ପରେ ବ୍ୟାଙ୍କ ଖାତାକୁ ଟଙ୍କା ଆସିଯିବ ।ଏହି ପ୍ରକ୍ରିୟା ପାଇଁ ଅତି କମରେ ୪୫ ଦିନ ଲାଗିବ । ୪୫ ଦିନ ପରେ ନିବେଶକଙ୍କୁ ତାଙ୍କ ଟଙ୍କା ଫେରସ୍ତ ମିଳିବ ।
ଯାହା ବି ହେଉ, ଏହି ପୋର୍ଟାଲ ଲଞ୍ଚ ହେବାପରେ ସାହାରା ନିବେଶ କରିଥିବା କୋଟିକୋଟି ଲୋକଙ୍କୁ ଆଶ୍:ସ୍ତି ମିଳିଛି । ତେବେ ପ୍ରଥମେ ନିବେଶକଙ୍କୁ ନିଶ୍ଚିତ କରିବାକୁ ପଡିବ ଯେ ତାଙ୍କର ଟଙ୍କା କେଉଁ କୋପରେଟିଭରେ ଲାଗିଛି । ତା’ ପରେ ସେ ତାଙ୍କର କାଗଜପତ୍ର ଏକାଠି କରିବେ ।
BREAKING NEWS
- ଅଷ୍ଟ୍ରେଲୀୟ କ୍ରିକେଟର ଜେକ୍ ୱେଦରାଲ୍ଡ ଗୁରୁତର ଆହତ: ବାଉଣ୍ଡ୍ରିରେ ମେଟାଲ୍ ବୋର୍ଡ ସହ ପିଟି ହୋଇଯାଇଥିଲା ମୁଣ୍ଡ
- କାହିଁକି ଶ୍ରୀମନ୍ଦିରର ଜେଟିପି ଲଖିଆକୁ ଗିରଫ କରୁନି ପୋଲିସ? ଅଭିଯୁକ୍ତ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି
- ହକର ଲଢ଼େଇ: ପେସା ଆଇନ୍ ଓ ଜଙ୍ଗଲ ଅଧିକାର ଆଇନର ଉପଯୁକ୍ତ କାର୍ଯ୍ୟକାରିତା ପାଇଁ ଦାବି
- FIR against Rahul, Priyanka: ଜନ୍ତରମନ୍ତରରେ ଧସ୍ତାଧସ୍ତି, ‘ପ୍ରିୟଙ୍କା ମାରିଲେ କହୁଣୀ, ରାହୁଲ କଲେ ଦୁର୍ବ୍ୟବହାର…’, ବିଜେପିର ବଡ ଅଭିଯୋଗ, ଦୁହିଁଙ୍କ ନାଁରେ FIR!
- Raid at Medicine Stores:୨୨୦ଟି ଔଷଧ ଦୋକାନରେ ଚଢ଼ଉ;ଏହି ଜିଲ୍ଲାରୁ ୧୦ଲକ୍ଷର ନିଶା ଇଞ୍ଜେକସନ୍ ଓ ଯନ୍ତ୍ରପାତି ଜବତ
- ଲାଞ୍ଚ ନେଇ ଧରାପଡ଼ିଲେ ଓଡ଼ିଶା SSA ପ୍ରୋଗ୍ରାମର
- ଆଉ ନାହାନ୍ତି ନାନା ପାଟେକର; ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ଶେଷକୃତ୍ୟ
- ବାଲୁକାଶିଳ୍ପୀ ମାନସ ସାହୁଙ୍କ ବାଲୁକା ଆନିମେସନ୍ରେ ନାନା ପାଟେକରଙ୍କୁ ଶ୍ରଦ୍ଧାଞ୍ଜଳି
- ସହଜ ନଥିଲା ନାନା ପାଟେକରଙ୍କ ଜୀବନ ଯାତ୍ରା; ୧୩ ବର୍ଷରୁ କାମ ଆରମ୍ଭ କରିଥିଲେ, ପୋଷ୍ଟର ପେଣ୍ଟିଂ…
- ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତିଙ୍କ ବଦଳି

Comments are closed.