Latest Odisha News

ଓଡ଼ିଶାରେ ୭୫ଟି ବିଧାନସଭା ଆସନ, ୧୭ ଲୋକସଭା ଆସନରେ ବିଜୟୀ ହେବୁ: ଅମିତ ଶାହ

ଭୁବନେଶ୍ବର: ଓଡ଼ିଶାର ୧୪୭ ବିଧାନସଭା ଆସନରୁ ବିଜେପି ୭୫ଟି ଓ ୨୧ଟି ଲୋକସଭା ଆସନରୁ ୧୬ରୁ ୧୭ଟି ଆସନରେ ବିଜୟୀ ହେବ ବିଜେପି। କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ ଶାହ ପିଟିଆଇକୁ ସାକ୍ଷାତକାର ଦେଇ ଏପରି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି।

ଚଳିତ ନିର୍ବାଚନରେ 28 ତାରିଖରେ ଶାହ ଶେଷଥର ପାଇଁ ଓଡିଶାରେ ପ୍ରଚାର ପାଇଁ ଆସୁଛନ୍ତି। ଏହାପୂର୍ବରୁ ଏପରି ଏକ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ଯାହାକୁ ବିଭିନ୍ନ ନିର୍ବାଚନୀ ସଭାରେ ମଧ୍ୟ କହିଛନ୍ତି। କିନ୍ତୁ ଏହି ବୟାନର ସମୟକୁ ନେଇ ଗୁରୁତ୍ବ ଦେଖିବାକୁ ମିିଳିଛି। କାରଣ ଓଡିଶାରେ ବିଜେପିର ପ୍ରମୁଖ ପ୍ରତିଦ୍ବନ୍ଦୀ ବିଜେଡି ତୃତୀୟ ପର୍ଯ୍ଯାୟ ସୁଦ୍ଧା ସଂଖ୍ୟା ଗରିଷ୍ଠତା ହାସଲ କରିସାରିଛି ବୋଲି ଦଳର ପ୍ରମୁଖ ନେତା ଭି.କେ ପାଣ୍ଡିଆନ୍ ଦାବି କରିଛନ୍ତି। ଆଉ ଏହାପରେ ଶାହଙ୍କ ବୟାନ ସାମ୍ନାକୁ ଆସିଛି।

ସେହିପରି ଦେଶରେ ବିଜେପି ୪୦୦ରୁ ଅଧିକ ଆସନ ଜିତିବ ବୋଲି ସେ ଦାବି କରିଛନ୍ତି। ଏବଂ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ଅରୁଣାଚଳ ପ୍ରଦେଶରେ ମଧ୍ୟ ସରକାର ଗଢ଼ିବୁ ବୋଲି ସେ କହିଛନ୍ତି।

ମୋଟାମୋଟି ଭାବେ ବିରୋଧୀ ଶାସିତ ରାଜ୍ୟଗୁଡ଼ିକରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଶାହା କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ସୁଶାସନର ଏହା ପରିଣାମ ବୋଲି ସେ କହିଛନ୍ତି।

ସେହିପରି ପଶ୍ଚିମବଙ୍ଗରେ ୪୨ଟି ଲୋକସଭା ଆସନରୁ ୨୪ରୁ ୩୦ଟି ଆସନରେ ବିଜୟୀ ହେବ ବିଜେପି। ଆନ୍ଧ୍ରପ୍ରଦେଶର ୨୫ଟି ଲୋକସଭା ଆସନରୁ ପ୍ରାୟ ୧୭ଟିରେ ଏନଡିଏ ମେଣ୍ଟ ଜିତିବ ବୋଲି ସେ ଦାବି କରିଛନ୍ତି।

ସେହିପରି ତାମିଲନାଡୁରେ ବିଜେପିର ଭୋଟ୍ ପ୍ରତିଶତ ବୃଦ୍ଧି ପାଇବ ଏବଂ ଦଳ ଏକ ମଜବୁତ ଭିତ୍ତିଭୂମି ସ୍ଥାପନ କରିବ ବୋଲି ସେ ଆଶାବାଦୀ ଅଛନ୍ତି।

Leave A Reply

Your email address will not be published.