Latest Odisha News

BREAKING NEWS

ଆରମ୍ଭ ହେଲା ବାତ୍ୟା ରେମାଲର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା

କୋଲକାତା: ବାଂଲାଦେଶ ଓ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ଭୟଙ୍କର ସାମୁଦ୍ରିକ ଝଡ଼ ରେମାଲ ତୀବ୍ର ରୂପ ନେବା ସହ ଏହାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ। ଭାରତୀୟ ପାଣିପାଗ ବିଭାଗ ଏହି ସୂଚନା ଦେଇଛି। ରବିବାର ମଧ୍ୟରାତ୍ରି ସୁଦ୍ଧା ଏହି ବାତ୍ୟା ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ୨୭ ତାରିଖ ଯାଏ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବ। ୨୭ ଓ ୨୮ ତାରିଖରେ ରେମାଲ ପ୍ରଭାବରେ ଉତ୍ତର-ପୂର୍ବ ଭାରତର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।

ଦକ୍ଷିଣ ୨୪ ପ୍ରାଗଣାର ସାଗର ଦ୍ୱୀପପୁଞ୍ଜ, ନାମଖାନା ଓ ବଖଲି ସମେତ ଉପକୂଳବର୍ତ୍ତୀ ପଶ୍ଚିମବଙ୍ଗର କେତେକ ସ୍ଥାନରେ ଆଜି ସକାଳେ ଆକାଶ ମେଘୁଆ ଥିବା ବେଳେ ନିକଟବର୍ତ୍ତୀ ସ୍ଥାନରେ ହାଲୁକା ପବନ ସହ ବର୍ଷା ହୋଇଛି।

ରେମାଲ, ଯାହାର ଅର୍ଥ ଆରବୀ ଭାଷାରେ ବାଲି, ଚଳିତ ଋତୁରେ ବଙ୍ଗୋପସାଗରରେ ପ୍ରଥମ ପ୍ରାକ୍ ମୌସୁମୀ ବାତ୍ୟା। ଉତ୍ତର ଭାରତ ମହାସାଗରରେ ବାତ୍ୟା ପାଇଁ ଆଞ୍ଚଳିକ ନାମକରଣ ପ୍ରଣାଳୀ ଅନୁସରଣ କରି ଓମାନ ପକ୍ଷରୁ ଏହି ନାମକରଣ କରାଯାଇଛି।

Leave A Reply

Your email address will not be published.