ନୂଆଦିଲ୍ଲୀ: କଂଗ୍ରେସ ଆଜି ଦିନ ତମାମ କେନ୍ଦ୍ର ସରକାର ବିରୋଧରେ ବିରୋଧ ପ୍ରଦର୍ଶନ କରିଥିଲା । ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ମଧ୍ୟ ବିରୋଧରେ ସାମିଲ ହୋଇଥିଲେ । ସାଂସଦମାନେ କଳା ପତାକା ଏବଂ କଳା ପଟି ବାନ୍ଧିବା ସହ ଅନେକ ନେତା କଳା ପୋଷାକ ପିନ୍ଧି ବିରୋଧ କରିଥିଲେ । ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟାକୁ ନେଇ ଆଜି କଂଗ୍ରେସ ଦିଲ୍ଲୀଠୁ ଆରମ୍ଭ କରି ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ।
କଂଗ୍ରେସର ସବୁ ନେତା କଳା ପୋଷାକ ଓ କଳା ପତାକା ଧରି କେନ୍ଦ୍ର ସରକାରଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରିଥିଲେ । ତେବେ କଂଗ୍ରେସ ଏହି ବିରୋଧକୁ ନେଇ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ଶାହ କହିଛନ୍ତି ଆଜି ଅଗଷ୍ଟ ୫ ତାରିଖ ହୋଇଥିବାରୁ କଂଗ୍ରେସ ଜାଣିଶୁଣି ଆଜିର ଦିନରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଆଜିର ଦିନରେ ଅଯୋଧ୍ୟାରେ ରାମମନ୍ଦିରର ମୂଳଦୁଆ ପଡିଥିଲା । ସେଥିପାଇଁ କଂଗ୍ରେସ ଦେହରେ ଆଜିର ଦିନକୁ ବିରୋଧ କରୁଛି । ଏବେ ବି କଂଗ୍ରେସ ରାଜ ଜନ୍ମଭୂମି ବିରୋଧୀ ରହିଥିବା କହିଛନ୍ତି ଶାହ । ଆଜିର ଦିନରେ ଜମ୍ମୁକାଶ୍ମୀରରୁ ଧାରା 370 ହଟିଥିବାରୁ ଆଜିର ଦିନକୁ କଂଗ୍ରେସ ବିରୋଧ କରୁଛି । କଂଗ୍ରେସ ଦେଶର ବିରୋଧରେ କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି ଶାହ । ତେବେ କଂଗ୍ରେସର ଏହି ବିରୋଧ କେବଳ ତୁଷ୍ଟିକରଣ ରାଜନୀତି ବୋଲି ଶାହ ପରୋକ୍ଷରେ କଂଗ୍ରେସକୁ ଟାର୍ଗେଟ କରି କହିଥିଲେ ।
Comments are closed.