Latest Odisha News

ଜମ୍ମୁ କଶ୍ମୀରର ସ୍ଥିତି ପରକ୍ଷିଲେ ଗୃହମନ୍ତ୍ରୀ, ସୁରକ୍ଷା ନେଇ ୧୬ରେ ଜରୁରୀ ବୈଠକ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଉପରେ ଆକ୍ରମଣ ଭଳି ଅନେକ ଆତଙ୍କବାଦୀ ଘଟଣା ପରେ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଛି । ଏହାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଜମ୍ମୁ କଶ୍ମୀରରେ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି ।

ଏହାକୁ ନେଇ ଆସନ୍ତା ୧୬ ତାରିଖରେ ଶାହ ଉଚ୍ଚ ସ୍ତରୀୟ ବୈଠକ ଡାକିଛନ୍ତି । ଏଥିରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଜମ୍ମୁ-କଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନା, ଆର୍ମି ଓ ସିଆରପିଏଫର ବରିଷ୍ଠ ଅଧିକାରୀମାନେ ଯୋଗ ଦେବେ । ଘାଟିରେ ବଢ଼ୁଥିବା ଆତଙ୍କୀ ହମଲାକୁ କେମିତି ହ୍ରାସ କରାଯିବ, ତାହା ଏହି ବୈଠକର ମୂଳ ଏଜେଣ୍ଡା ରହିଛି ।

ଖବର ମୁତାବକ, ଆଜି ବସିଥିବା ବୈଠକରେ ଜମ୍ମୁ-କଶ୍ମୀରର ବର୍ତ୍ତମାନ ସ୍ଥିତି ସମ୍ପର୍କିତ ତଥ୍ୟ ଗୃହମନ୍ତ୍ରୀଙ୍କୁ ଦିଆଯାଇଛି । ଏହାସହ ଆତଙ୍କବାଦୀ ହମଲା ପରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଶାହ ପଚାରି ବୁଝିଛନ୍ତି ।

ସୂଚନାଯୋଗ୍ୟ, ଆତଙ୍କବାଦୀମାନେ ଲଗାତାର ଚାରି ଦିନ ମଧ୍ୟରେ ଜମ୍ମୁ କଶ୍ମୀରର ଚାରୋଟି ସ୍ଥାନରେ ହମଲା କରିଛନ୍ତି । ଏହି ସବୁ ଆକ୍ରମଣରେ ୯ ଜଣ ତୀର୍ଥ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୭ ଜଣ ସିଆରପିଏଫ ଯବାନ ଆହତ ହୋଇଛନ୍ତି ।

Comments are closed.