Latest Odisha News

ପଶ୍ଚିମବଙ୍ଗରେ ଶାହାଙ୍କ ‘ଲଞ୍ଚ୍ ଡିପ୍ଲୋମେସି’, ଚିହିଁକି ଉଠିଲେ ମମତା

କୋଲକାତା: ଆସନ୍ତାବର୍ଷ ହେବ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ତେବେ ଏହା ପୂର୍ବରୁ ସେଠାରେ ରାଜନୀତି ଜୋର ଧରିଛି । ରାଜନୈତିକ ଦଳ ଗୁଡିକ ଏବେଠାରୁ ନିଜର ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ଏହି କ୍ରମରେ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହା ।

ଆସନ୍ତା ବର୍ଷ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପିର ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବାକୁ ଶାହା ସେଠାକୁ ଯାଇଛନ୍ତି। ଏହି ଅବସରରେ ସେ ଆଦିବାସୀ ଏବଂ ଶରଣାର୍ଥୀମାନଙ୍କ ପରିବାରଲୋକଙ୍କ ସହ ଦ୍ୱିପହର ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି। ଏପଟେ କିନ୍ତୁ ଶାହାଙ୍କ ଗସ୍ତକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚିହିଁକି ଉଠିଛନ୍ତି। ଏପରି କି ଶାହାଙ୍କ ‘ଲଞ୍ଚ୍ ଡିପ୍ଲୋମେସି’ ପୂର୍ବରୁ ମମତା ନିଜର ଗୋଟି ଚଳାଇଛନ୍ତି। ଶାହାଙ୍କ ଲଞ୍ଚ୍ ଡିପ୍ଲୋମେସିକୁ ମାତ୍ ଦେବାକୁ ମମତା ଆଦିବାସୀ, ପଛୁଆ ବର୍ଗ ତଥା ଅନୁସୂଚିତ ଜନଜାତିଙ୍କ ପ୍ରତିନିଧିମାନଙ୍କ ସହ ବୈଠକ କରି ଅନେକ କଲ୍ୟାଣକାରୀ ଯୋଜନା ଘୋଷଣା କରିଛନ୍ତି।

ଆଜି ଶାହ ସମାଜର ବିଭିନ୍ନ ବର୍ଗର ପାର୍ଟି କର୍ମକର୍ତ୍ତା ଏବଂ ନେତାଙ୍କ ସହ ଭେଟିବାକୁ ବାଙ୍କୁରା ଯିବେ। ଦ୍ୱିପହରରେ ଦକ୍ଷିଣେଶ୍ୱର କାଳୀ ମନ୍ଦିର ମଧ୍ୟ ଯିବେ। ଏହା ପରେ କୋଲକାତାର ଗୌରାଙ୍ଗନଗର ଅଞ୍ଚଳରେ ଏକ ଶରଣାର୍ଥୀଙ୍କ ଘରେ ସେ ଦ୍ୱିପହରର ଭୋକନ କରିବାର କାର୍ଯ୍ୟକ୍ରମ ରଖିଛନ୍ତି। କୋଭିଡ ମହାମାରୀ ଭିତରେ ଶାହାଙ୍କ ଏହା ପ୍ରଥମ ରାଜ୍ୟଗସ୍ତ । ଏହା ପୂର୍ବରୁ ୧ ମାର୍ଚ୍ଚରେ ସେ କୋଲକତା ଗସ୍ତରେ ଯାଇଥିଲେ ।

Comments are closed.