Latest Odisha News

BREAKING NEWS

ବିଦେଶରେ ପ୍ରିୟଙ୍କା ପାଳିଲେ କରୱାଚୌଥ

ମୁମ୍ବାଇ: ଲାଲ ଶାଢ଼ୀ, ମଥାରେ ସିନ୍ଦୁର ଆଉ ହାତରେ ପୂଜା ଥାଳି । କିଛି ଏଭଳି ଲୁକ୍‌ରେ ନଜର ଆସିଛନ୍ତି ବଲିଉଡର ଦେଶୀଗାର୍ଲ ପ୍ରିୟଙ୍କା ଚୋପ୍ରା । ବିଦେଶରେ ରହି ସେ ନିଜ ସ୍ୱାମୀ ନିକ୍ ଜୋନସ୍‌ଙ୍କ ପାଇଁ କରୱଚୌଥ ପାଳିଛନ୍ତି । ତାଙ୍କର ଏହି କରୱାଚୌଥ ଲୁକ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

BjdElectrycity

ପ୍ରିୟଙ୍କା ଚୋପ୍ରା ବିବାହ ପରେ ନିଜ ସ୍ୱାମୀଙ୍କ ସହ ଏବେ ଆମେରିକାରେ ରହୁଛନ୍ତି । କରୱାଚୌଥ ଅବସରରେ ସେ କେତେକ ଫଟୋ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ଏହି ଫଟୋରେ ସେ ‘ପରଦେଶ ମେ ନିକଲ୍ ଚାନ୍ଦ’ କ୍ୟାପସନ ଲେଖିଛନ୍ତି । ଏଥିସହ କରୱାଚୌଥ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆ ବେଶ୍ ଚର୍ଚ୍ଚା ସାଉଁଟିଛି । ଏହି ଫଟୋ ଫ୍ୟାନ୍‌ମାନଙ୍କୁ ବେଶ୍ ପସନ୍ଦ ଆସୁଛି। ଏପର୍ଯ୍ୟନ୍ତ ୪ ଲକ୍ଷରୁ ଅଧିକ ଲୋକ ଫଟୋକୁ ଦେଖିସାରିଲେଣି।

Leave A Reply

Your email address will not be published.