Latest Odisha News

ଲତା ଦିନାନାଥ ମଙ୍ଗେଶକର ପୁରଷ୍କାରରେ ସମ୍ମାନିତ ହେଲ ବିଗ୍ ବି

ମୁମ୍ବାଇ: ମାଷ୍ଟର ଦିନାନାଥ ମଙ୍ଗେଶକରଙ୍କ ୮୨ ତମ ପୁଣ୍ୟତିଥି ଅବସରରେ ଗତ ୩୪ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମାଷ୍ଟର ଦୀନାନାଥ ମଙ୍ଗେଶକର ସ୍ମୃତି ପ୍ରତୀଷ୍ଠାନ ସଂସ୍ଥା ତରଫରୁ ଚଳଚ୍ଚିତ୍ର, ସମାଜ, କଳା ଇତ୍ୟାଦି ସହିତ ଜଡିତ ଲୋକଙ୍କୁ ସମ୍ମାନିତ କରାଯାଇଛି । ଏହି ଅବସରରେ ବିଗ୍ ବି ଅମିତାଭ ବଚ୍ଚନଙ୍କୁ ଲତା ଦିନାନାଥ ମଙ୍ଗେଶକର ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହି ପୁରସ୍କାର ଉତ୍ସବରେ ଉଷା ମଙ୍ଗେଶକର ଅମିତାଭ ବଚ୍ଚନଙ୍କୁ ସମ୍ମାନିତ କରିଛନ୍ତି । ତେବେ ଏହି ପୁରସ୍କାର ପ୍ରଥମେ ଆଶା ଭୋସଲେ ପ୍ରଦାନ କରିବାର ଥିଲା କିନ୍ତୁ ଅସୁସ୍ଥତା ହେତୁ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇପାରିନଥିଲେ ।

ସୂଚନା ଅନୁସାରେ, ଅମିତାଭଙ୍କ ବ୍ୟତୀତ ଅନେକ ତାରକାଙ୍କୁ ମଧ୍ୟ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି । ସଂଗୀତ ନିର୍ଦ୍ଦେଶକ ଏଆର୍ ରହମାନଙ୍କୁ ମାଷ୍ଟର ଦିନାନାଥ ପୁରସ୍କାର ଏବଂ ଅଭିନେତା ରଣଦୀପ ହୁଡାଙ୍କୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଛି । ମୁମ୍ବାଇର ଦିନାନାଥ ମଙ୍ଗେଶକର ନାଟ୍ୟଗୃହରେ ଅଭିନେତା ଅମିତାଭ ବଚ୍ଚନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଅମିତାଭ ବଚ୍ଚନଙ୍କ ସହ ରଣଦୀପ ହୁଡା ମଧ୍ୟ ମଞ୍ଚରେ ନଜର ଆସିଛନ୍ତି । ଏହି ସମ୍ମାନ ପାଇଁ ମନୋନୀତ ହୋଇଥିବାରୁ ଅମିତାଭ ବଚ୍ଚନ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି ସମୟରେ ଅଭିନେତାଙ୍କ ପୁଅ ଅଭିଷେକ ବଚ୍ଚନ ମଧ୍ୟ ତାଙ୍କ ସହ ନଜର ଆସିଥିଲେ । ଏହି ସମୟରେ ପଦ୍ମିନୀ କୋଲହାପୁର ମଧ୍ୟ ମଞ୍ଚରେ ନଜର ଆସିଥିଲେ ।

Leave A Reply

Your email address will not be published.