Latest Odisha News

କରୋନାରୁ ସୁସ୍ଥ ପରେ ଅମିତାଭ ବଚ୍ଚନଙ୍କ ପ୍ରଥମ ସେଲଫି, ଦେଖନ୍ତୁ

ମୁମ୍ବାଇ: କରୋନାକୁ ମାତ ଦେଇଛନ୍ତି ବଲିଉଡ ମହାନାୟକ ଅମିତାଭ ବଚ୍ଚନ । ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି । ଏବେ ସୋସିଆଲ ମିଡିଆରେ ପ୍ରଥମ ସେଲଫି ପୋଷ୍ଟ କରିଛନ୍ତି ବିଗ ବି । କ୍ଲୋଜ୍ ଅପ୍ ଫଟୋ ଉଠାଇଛନ୍ତି ଅମିତାଭ ।

ଫଟୋ କ୍ୟାପସନରେ ବିଗ୍ ବି ଲେଖିଛନ୍ତି, ବହୁତ କମ୍ ଲୋକ ଜାଣିଛନ୍ତି ସେମାନେ ବହୁତ କମ୍ ଜାଣନ୍ତି ବୋଲି । ଇନଷ୍ଟାଗ୍ରାମରେ ଫଟୋ ସେୟାର କରିଛନ୍ତି ଅମିତାଭ । ଯାହାକୁ ୬ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଥିବା ବେଳେ ୫ ହଜାରରୁ ଅଧିକ କମେଣ୍ଟ ଆସିଲାଣି ।

କରୋନା ସଂକ୍ରମିତ ହେବା ପରେ ଜୁଲାଇ ୧୧ ତାରିଖରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଅମିତାଭ ବଚ୍ଚନ । ସୁସ୍ଥ ହେବା ପରେ ଅଗଷ୍ଟ ୨ ତାରିଖରେ ସେ ଡିସଚାର୍ଜ ହୋଇଥିଲେ ।
ଦେଖନ୍ତୁ ଅମିତାଭ ବଚ୍ଚନଙ୍କ ଇନଷ୍ଟାଗ୍ରାମ୍ ସେୟାର

 

View this post on Instagram

 

‘बहुत कम लोग जानते हैं , की वो बहुत कम जानते हैं ‘ – ef akj

A post shared by Amitabh Bachchan (@amitabhbachchan) on

Leave A Reply

Your email address will not be published.