ମୁମ୍ୱାଇ: କରୋନା ଟିକା ନେଲା ବଚ୍ଚନ ପରିବାର । ବିଗ୍ ବି ଅମିତାଭ ବଚ୍ଚନ କୋଭିଡ୍ ଟିକା ନେଇଛନ୍ତି । ଗତକାଲି ଟିକା ନେବା ପରେ ସୋସିଆଲ୍ ମିଡିଆରେ ନିଜେ ଏହି ସୂଚନା ଦେଇଛନ୍ତି ବିଗ୍ ବି । ତାଙ୍କ ସହ ପରିବାରର ଅନ୍ୟ ସଦସ୍ୟ ବି କରୋନା ଟିକାର ପ୍ରଥମ ଡୋଜ୍ ନେଇଥିବା ସେ ସୂଚନା ଦେଇଛନ୍ତି ।
T 3861 –
Got it done !
My CoviD vaccination this afternoon ..
All well .. ?— Amitabh Bachchan (@SrBachchan) April 1, 2021
ନିଜ ବ୍ଲଗରେ ଟିକା ନେବାର ଅଭିଜ୍ଞତା ସମ୍ପର୍କରେ ଉଲ୍ଲେଖ କରିଛନ୍ତି ବଲିଉଡ ମହାନାୟକ । ସେ ଲେଖିଛନ୍ତି, ପରିବାର ଲୋକଙ୍କ ସହ କୋଭିଡ୍ ଟେଷ୍ଟ କରାଇଥିଲେ । ରିପୋର୍ଟ ଆସିଥିଲା ନେଗେଟିଭ୍ । ଏଥିପାଇଁ ଭ୍ୟାକସିନ୍ ନେଲେ । କେବଳ ପୁଅ ଅଭିଷେକ ବଚ୍ଚନଙ୍କୁ ଛାଡ଼ି ପରିବାରର ସମସ୍ତେ ଟିକା ନେଇଛନ୍ତି । ଅଭିଷେକ ଏବେ ବାହାରେ ଥିବାରୁ ଟିକା ନେଇ ନାହାନ୍ତି ।
ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ ବିଗ୍ ବି ଅମିତାଭ ବଚ୍ଚନ । ପରେ ପରେ ପୁଅ ଅଭିଷେକ ବଚ୍ଚନ, ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ନାତୁଣୀ ଆରାଧ୍ୟା ବି ସଂକ୍ରମିତ ହୋଇଥିଲେ । ଏବେ ଟିକା ନେଇଥିବାରୁ ବଚ୍ଚନ ପରିବାରକୁ କରୋନାର ସୁରକ୍ଷା କବଚ ମିଳି ଯାଇଛି ।
Comments are closed.