Latest Odisha News

BREAKING NEWS

ଗୁଡ୍ ଫ୍ରାଇଡେ୍: ଜନତାଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ‘ଗୁଡ୍ ଫ୍ରାଇଡେ୍’ ତଥା ‘ଶୁଭ ଶୁକ୍ରବାର’ ଅବସରରେ ଶୁକ୍ରବାର ଦିନ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

 

ଏନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଅଭିବାଦନ ଜଣାଇଛନ୍ତି ।

ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ମତରେ ଏହି ଦିନ ପ୍ରଭୁ ଯିଶୁ ଖ୍ରୀଷ୍ଟଙ୍କ ତିରୋଧାନ ହୋଇଥିଲା । ପ୍ରଭୁଙ୍କ ସେହି ତୀରୋଧାନ ଦିବସକୁ ସ୍ମରଣ କରିବା ଲାଗି ଏହି ପବିତ୍ର ଦିନକୁ ପାଳନ କରାଯାଇଥାଏ।

ଅଧିକ ପଢନ୍ତୁ- ଗୁଡ୍ ଫ୍ରାଇଡେ ପାଇଁ ବିଏମସିର କଟକଣା

ଉଲ୍ଲେଖଯୋଗ୍ୟ, ଗୁଡ୍ ଫ୍ରାଇଡେ ଅବସରରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ଅଞ୍ଚଳରେ କୌଣସି ସର୍ବସାଧାରଣ ସଭାକୁ ଅନୁମତି ମିଳିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ କଟକଣା ଜାରି କରିଛି। ଚର୍ଚ୍ଚରେ ସର୍ବାଧିକ ୫୦ ଜଣ ଶ୍ରଦ୍ଧାଳୁଙ୍କୁ ନେଇ ଧାର୍ମିକ ରୀତିନୀତି ହୋଇପାରିବ।

ସାମାଜିକ ଦୂରତ୍ୱ ଓ କୋଭିଡ ଗାଇଡ଼ଲାଇନକୁ ନଜରରେ ରଖି ଗୁଡ୍ ଫ୍ରାଇଡେ ପାଳନ କରାଯିବ। ଚର୍ଚ୍ଚରେ ପ୍ରବେଶ ସମୟରେ ମାସ୍କ ସହ ସାନିଟାଇଜର ବ୍ୟବହାର କରିବାକୁ ବାଧ୍ୟତାମୂଳକ କରାଯାଇଛି।

Leave A Reply

Your email address will not be published.