Latest Odisha News

BREAKING NEWS

ଚର୍ଚ୍ଚାରେ ବିଗ୍‌ ବିଙ୍କ ୩୮ ବର୍ଷ ପୁରୁଣା ସ୍ମୃତି

ନୂଆଦିଲ୍ଲୀ: ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସହ ୩୮ ବର୍ଷ ପୂର୍ବେ ସବୁଠାରୁ ବଡ ଦୁର୍ଘଟଣା ଘଟିଥିଲା। ତାଙ୍କ ଫିଲ୍ମ କୁଲିର ସୁଟିଂ ସମୟରେ ସେ ଗୁରୁତର ଆହତ ହୋଇଥିଲେ। ସେ ଦୀର୍ଘ ସମୟ ଧରି ହସ୍ପିଟାଲରେ ମୃତ୍ୟୁ ସହ ଲଢେଇ କରିଥିଲେ। ତେବେ ଏହି ଘଟଣାକୁ ମନେ ପକାଇ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି।

ଟ୍ୱିଟରରେ ଅମିତାଭ ବଚ୍ଚନଙ୍କର ୪୫ ନିୟୁତ ଅନୁସରଣକାରୀ ଅଛନ୍ତି। ଏହି ଅବସରରେ ଅଭିନେତାଙ୍କ ଜଣେ ପ୍ରଶଂସକ ସୋସିଆଲ ମିଡିଆରେ ଏକ ଥ୍ରୋବ୍ୟାକ୍ ଫଟୋ ସେୟାର କରିଥିଲେ ଯେଉଁଥିରେ ଅମିତାଭ ବଚ୍ଚନ ତାଙ୍କ ପିତା ଏବଂ ଅଭିଷେକଙ୍କ ସହ ନଜର ଆସିଛନ୍ତି। ଏହି ଫଟୋ ଦେଖିବା ପରେ ଅମିତାଭ ବଚ୍ଚନଙ୍କ ପୁରୁଣା ସ୍ମୃତି ତାଜା ହୋଇଯାଇଥିଲା। ସେହି ଫଟୋ ସେୟାର କରି ଅମିତାଭ ବଚ୍ଚନ ପଛର କାହାଣୀ ବର୍ଣ୍ଣନା କରିଥିଲେ। ସେ କହିଛନ୍ତି ଏହି ସମୟ ଥିଲା ଯେତେବେଳେ ମୁଁ ଏକ ଦୁର୍ଘଟଣାରୁ ସୁସ୍ଥ ହେବା ପରେ ଘରକୁ ଆସିଥିଲି। ପ୍ରଥମ ଥର ମୁଁ ମୋ ବାପାଙ୍କୁ ଭାଙ୍ଗି ପଡ଼ିଥିବା ଦେଖିଥିଲି। ଏହାଛଡ଼ା ଅଭିଷେକ ମଧ୍ୟ ମୋତେ ବହୁତ ଚିନ୍ତାରେ ଦେଖୁଥିଲେ।

ବିଗ୍ ବିଙ୍କର ଏହି ଭାବପ୍ରବଣ ପୋଷ୍ଟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏହି ଭାଇରାଲ୍ ଫଟୋରେ ପ୍ରଶଂସକଙ୍କ କ୍ରମାଗତ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳୁଛି।

Leave A Reply

Your email address will not be published.