Latest Odisha News

BREAKING NEWS

ମହାନଦୀରେ ବୁଡି ଯିବା ଘଟଣା; ସତ ମାନିଲେ ଅମ୍ଳାନଙ୍କ ପତ୍ନୀ, କଣ କହିଲେ ଜାଣନ୍ତୁ

କଟକ: ଗତକାଲି ଠାରୁ ଚର୍ଚ୍ଚାରେ ଅଛନ୍ତି ଓଲିଉଡ୍ ଅଭିନେତା ଅମ୍ଳାନ ଦାସଙ୍କ ପତ୍ନୀ ଭୂମିକା।ସେ ଗତକାଲି ମହାନଦୀରେ ପଡ଼ିଯାଇଥିଲେ ଓ ପର ମୁହୂର୍ତ୍ତରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ଏହା ଏକ ଦୁର୍ଘଟଣା ନା ଆତ୍ମହତ୍ୟା ଉଦ୍ୟମ ସେ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ମୁଁହ ଖୋଲିଛନ୍ତି ଭୂମିକା।

ଯଦିଓ ଅମ୍ଳାନ ଏହାକୁ ଏକ ଦୁର୍ଘଟଣା ବୋଲି କହିଥିଲେ ତଥାପି ଏହି ଘଟଣା ଆଲୋଚନାର କେନ୍ଦ୍ରବିନ୍ଦୁ ସାଜିଥିଲ। ଏସମ୍ପର୍କରେ ନିଜର କଥା ରଖି ଏହି ଘଟଣାରେ ଯବନିକା ପକାଇଛନ୍ତି ଅମ୍ଳାନଙ୍କ ପତ୍ନୀ।

ଭୂମିକା ଏକ ଭିଡିଓ ଜାରି କରି କହିଛନ୍ତି ଯେ, ସେ ଓପାସ କରିଥିଲେ। ତେଣୁ ତାଙ୍କୁ ଦୁର୍ବଳ ଲାଗୁଥିଲା। ମୁଣ୍ଡ ବି ବୁଲାଉଥିଲା। ପୂଜା ସାମଗ୍ରୀ ଗୁଡ଼ିକ ପାଣିରେ ପକାଇବାକୁ ଗଲା ବେଳେ ତାଙ୍କ ମୁଣ୍ଡ ବୁଲାଇ ଦେଇଥିଲା। ଯେହେତୁ ସେ ହାଇ ହିଲ୍ ପିନ୍ଧିଥିଲେ, ତେଣୁ ଗୋଡ଼ ଖସି ଯାଇଥିଲା ଓ ସେ ନଦୀରେ ପଡ଼ି ଯାଇଥିଲେ। ମାତ୍ର ଏହି କଥାକୁ ନେଇ ଅନେକ ଗୁଡିଏ ମିଛ କଥା ପ୍ରଚାର କରାଯାଉଛି। ତାଙ୍କ ପରିବାର ଓ ସ୍ୱାମୀଙ୍କ ବିଷୟରେ ମଧ୍ୟ ମିଛ ଖବର ପ୍ରଚାର କରାଯାଉଛି। ଏହା ଠିକ୍ ନୁହେଁ ବୋଲି ଭୂମିକା ନିଜ ଭିଡ଼ିଓରେ କହିଛନ୍ତି।

Comments are closed.