Latest Odisha News

BREAKING NEWS

କନ୍ଧମାଳ ଗୋଛାପଡ଼ାରେ ମାଓ-ଯବାନ ଗୁଳି ବିନିମୟ ଘଟଣା, ଜବତ ହୋଇଛି ମାରଣାସ୍ତ୍ର

କନ୍ଧମାଳ : କନ୍ଧମାଳ ବୌଦ୍ଧ- ସୀମାନ୍ତ ଗୋଛାପଡ଼ା ଥାନା ଉମା ଜଙ୍ଗଲରେ ହୋଇଥିବା ମାଓ-ଯବାନ ଗୁଳି ବିନିମୟ ପରେ ଜବତ ହୋଇଛି ମାରଣାସ୍ତ୍ର । ସର୍ଚ୍ଚ ଅପରେସନ ବେଳେ ସୁରକ୍ଷା କର୍ମୀମାନେ ୨ଟି ଦେଶୀ ବନ୍ଧୁକ ସହ ବହୁ ମାଓ ସାମଗ୍ରୀ ଜବତ କରିଥିବା ସୂଚନା ଦେଇଛନ୍ତି କନ୍ଧମାଳ ଏସପି ବିନିତ ଅଗ୍ରଓ୍ବାଲ । ଜବତ ମାଓ ସାମଗ୍ରୀ ମଧ୍ୟରେ ୨ଟି ଦେଶୀ ବନ୍ଧୁକ, ମାଓ ପୋଷାକ, ଛତା, ଜୋତା, ବ୍ୟାଟେରୀ ତାର, ଔଷଧ, ରେଡିଓ ଆଦି ଜବତ କରିଥିବା କନ୍ଧମାଳ ଏସପି ସୂଚନା ଦେଇଛନ୍ତି ।

ଦୀର୍ଘ ୮ ଘଣ୍ଟା ଧରି ଚାଲିଥିବା ଗୁଳି ବିନିମୟରେ ୨ ଜଣ ଏସଓଜି ଯବାନ ଆହତ ହୋଇଥିଲେ । ସେମାନଙ୍କୁ ତୁରନ୍ତ ଏୟାରଲିଫ୍ଟିଂ କରାଯାଇ ଭୁବନେଶ୍ବର ଏମସରେ ଭର୍ତ୍ତି କରାଯାଇଛି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଏସପି ସୂଚନା ଦେଇଛନ୍ତି । ଏହି ଗଟଣା ପରେ କନ୍ଧମାଳ ଜିଲ୍ଲାରେ ଥିବା ମାଓ ଗତିବିଧି ଅଞ୍ଚଳ ଉପରେ ସତର୍କ ନଜର ରଖାଯାଇଛି । କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ, ବାଲିଗୁଡ଼ା, କ.ନୂଆଗାଁ, ଫିରିଙ୍ଗିଆ, ଗୋଛାପଡା, ଫୁଲବାଣୀ ସଦର, କୋଟଗଡ, ଦାରିଙ୍ଗବାଡି, ରାଇକିଆ ଆଦି ଥାନା ଅଞ୍ଚଳରେ ମାଓବାଦୀଙ୍କ ଚଳପ୍ରଚଳ ରହିଛି ।

ବିଭିନ୍ନ ସମୟରେ ସୁରକ୍ଷା କର୍ମୀମାନେ ନିୟମିତ କମ୍ବିଂ ଅପରେସନ କରି ଅନେକ ମାଓ କ୍ୟାମ୍ପ ଧ୍ବଂସ କରିବା ସହ ମାଓ ସାମଗ୍ରୀ ଜବତ କରିଛନ୍ତି । ତଥଶପି ଏସବୁ ଅଞ୍ଚଳରେ ମାଓ କ୍ୟାମ୍ପ ଜାରି ରହିଛି । ତେବେ ମାଓବାଦୀଙ୍କୁ ଦମନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଉଛି ବୋଲି କନ୍ଧମାଳ ଏସପି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.