Latest Odisha News

BREAKING NEWS

ଚମ୍ପୁଆ ରେଞ୍ଜରେ ହାତୀ ଆତଙ୍କ, ଆକ୍ରମଣରେ ଗଲା ବୃଦ୍ଧାଙ୍କ ଜୀବନ

କେନ୍ଦୁଝର : ଚମ୍ପୁଆ ରେଞ୍ଜରେ ଥମୁନି ହାତୀ ଆତଙ୍କ । ଗୋଠଛଡା ଦନ୍ତାହାତୀର ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ହାତୀପଲ କେତେବେଳେ ଘରଦ୍ବାର ଭାଙ୍ଗି ଦେଉଛନ୍ତି ତ ଆଉ କେତେବେଳେ ଫସଲ ଉଜାଡି ଦେଉଛନ୍ତି । ବିଭିନ୍ନ ସମୟରେ ହାତୀ ଆକ୍ରମଣରେ ଲୋକଙ୍କ ପ୍ରାଣହାନୀ ଘଟୁଛି । ତେବେ ଗତକାଲି ପୁଣି ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ଚମ୍ପୁଆ ଏନଏସି ୨ ନମ୍ବର ଓ୍ବାର୍ଡର ପାଞ୍ଚ ପୋଖରୀଆ ଅଞ୍ଚଳରେ ଦନ୍ତା ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି ।

ମୃତକ ହେଲେ ପାଞ୍ଚ ପୋଖରୀଆ ମୁଣ୍ଡା ସାହିର ୬୦ ବର୍ଷିୟା ରାଜେଶ୍ବରୀ ସର୍ଦ୍ଧାର । ବୃଦ୍ଧାଙ୍କୁ ଟେକି କଚାଡି ଦେଇଥିଲା ଦନ୍ତା । ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ତାଙ୍କୁ ପ୍ରଥମେ ଚମ୍ପୁଆ ମେଡିକାଲକୁ ନିଆଯାଇଥିଲା । ଏବଂ ପରେ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ କେନ୍ଦୁଝର ନେବା ବାଟରେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଘଟଣାର ତଦନ୍ତ ।

Leave A Reply

Your email address will not be published.