Latest Odisha News

ସୁରକ୍ଷା କର୍ମୀଙ୍କ ଉପରେ ମହାମାରୀ କରୋନାର ନଜର

ନୂଆଦିଲ୍ଲୀ : ସୁରକ୍ଷା କର୍ମୀଙ୍କ ଉପରେ ମହାମାରୀ କରୋନାର ନଜର । ବର୍ତ୍ତମାନ ସୁଦ୍ଧା କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ବା ସିଏପିଏଫର ୮୪ ହଜାରରୁ ଅଧିକ ଯବାନ କୋଭିଡରେ ସଂକ୍ରମିତ ହେଲେଣି । ସେମାନେଙ୍କ ମଧ୍ୟରୁ ୩୩୧ ଜଣ ଯବାନଙ୍କ ଜୀବନ ନେଇଛି ଭାଇରସ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି ଯେ, ଗତ ମାର୍ଚ୍ଚ ମାସରେ ସବୁଠାରୁ ଅଧିକ ଯବାନ ସଂକ୍ରମିତ ହୋଇଥିଲେ । ଏହି ସମୟରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୩୫ ପ୍ରତିଶତ ସଂକ୍ରମିତ ହୋଇଥିଲେ । ସବୁଠାରୁ ଅଧିକ ସଂକ୍ରମିତ ଓ ମୃତ୍ୟୁ ସିଆରପିଏଫ କ୍ଷେତ୍ରରେ ଘଟିଛି ।

BjdElectrycity

ଗତବର୍ଷ କରୋନା ତାଣ୍ଡବ ଆରମ୍ଭରୁ ଚଳିତ ବର୍ଷ ଜୁଲାଇ ୬ ମଧ୍ୟରେ ମୋଟ ୮୪ ହଜାରରୁ ଅଧିକ ଯବାନ ସଂକ୍ରମିତ ହେଲେଣି । ସେମାନଙ୍କ ମଧ୍ୟରୁ ସିଆରପିଏଫର ଥିଲେ ୨୪ ହଜାର ୮୪୦ । ସଂକ୍ରମିତଙ୍କ ମଧ୍ୟରୁ ୧୨୫ ଜଣ ଯବାନଙ୍କ ମୃତ୍ୟୁ ଘଟିଥିଲା । ସେହିପରି ବିଏସଏଫର ୨୨ ହଜାର ୯୭୮ ଯବାନ ସଂକ୍ରମିତ ହୋଇଥିବା ବେଳେ, ୯୦ ଜଣ ପ୍ରାଣ ହରାଇଛନ୍ତି । ସିଆଇଏସଏଫର ୧୯ ହଜାର ୬୭୬ ଜଣ ଯବାନ ସଂକ୍ରମିତ ହୋଇଥିବା ବେଳେ, ପ୍ରାଣ ହରାଇଛନ୍ତି ୭୬ ଜଣ । ସଶସ୍ତ୍ର ସୀମାବଳରେ ୫ ହଜାର ୭୪୭, ଆଇଟିବିପିର ୪ ହଜାର ୭୩୬, ଏନଡିଆରଏଫର ୬୬୦, ଏନଏସଜିର ୩୪୬ ଯବାନ କରୋନା ସଂକ୍ରମିତ ହୋଇଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି ।

Leave A Reply

Your email address will not be published.