Latest Odisha News

BREAKING NEWS

ସମ୍ଭାବ୍ୟ ମହାବାତ୍ୟା ଅମ୍ଫାନ ପ୍ରଭାବରେ କ’ଣ କ୍ଷତି ହେବା ଆଶଙ୍କା ରହିଛି, ଜାଣନ୍ତୁ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଅନୁଯାୟୀ, ସାମୁଦ୍ରିକ ଝଡ଼ ଅମ୍ଫାନ ଆଜି ମଧ୍ୟାହ୍ନରେ ମହାବାତ୍ୟାର ରୂପ ନେଇସାରିଛି । ଏହି ସାମୁଦ୍ରିକ ଝଡ଼ର ପ୍ରଭାବରେ ସମୁଦ୍ର ଭିତରେ ଏବେ ପବନର ବେଗ ଘଣ୍ଟା ପ୍ରତି ୨୨୦ରୁ ୨୩୦ ରହୁଛି ।

ଏହା ଦିଘା ଓ ବାଂଲାଦେଶର ହାଟିଆ ଦୀପ ମଧ୍ୟରେ ୨୦ ତାରିଖ ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ସ୍ଥଳ ଭାଗ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଏହା ଅତି ତୀବ୍ର ସାମୁଦ୍ରିକ ଝଡ଼ ଭାବେ ସ୍ଥଳଭାଗ ଛୁଇଁବ ଏବଂ ଏହି ସମୟ ମଧ୍ୟରେ ପବନର ବେଗ ୧୬୫ରୁ ୧୭୫ କି.ମି ସହିତ ଗୁଷ୍ଟିଙ୍ଗ୍ ୧୯୫ ଯାଏଁ ରହିବାର ଆଶଙ୍କା ରହିଛି ।

ଅଧିକ ପଢନ୍ତୁ: ସୁନ୍ଦରବନରେ ମାଡ଼ ହେବ ମହାବାତ୍ୟା ‘ଅମ୍ଫାନ’, ରଚିବ ତାଣ୍ଡବ

ଏହାର ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶାରେ ୧୯ ତାରିଖରୁ ୨୦ ତାରିଖ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଓଡ଼ିଶାର ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାରେ ୨୦ ତାରିଖ ପରଠାରୁ ପବନର ବେଗ ବୃଦ୍ଧି ପାଇବା ସହ ପାଖାପାଖି ଘଣ୍ଟା ପ୍ରତି ୧୧୦ରୁ ୧୨୦ କି.ମି ସହ ଗୁଷ୍ଟିଙ୍ଗ୍ ୧୩୫ କି.ମି ଯାଏଁ ରହିବାର ସମ୍ଭାବନା ରହିଛି ।

ସମ୍ଭାବ୍ୟ କ୍ଷୟ କ୍ଷତି:

ମହାବାତ୍ୟା ଅମ୍ଫାନ ପ୍ରଭାବରେ ଚାଳ ଛପର ଘର ଓ ଝୁମ୍ପୁଡ଼ି ଘର ଗୁଡ଼ିକ ଅଧିକ କ୍ଷତିି ହେବାର ସମ୍ଭାବନା ରହିଛି । ହୁଡ଼ିଙ୍ଗ, ଟିଣ ଛପର ପ୍ରଭୃତି ଉଡ଼ନ୍ତା ଜିନିଷ ଅତ୍ୟଧିକ କ୍ଷତି ହେବାର ସମ୍ଭାବନା ଅଛି । ସେହିପରି ଭାବେ ଟେଲିଫୋନ ଖୁଣ୍ଟ, ବିଦ୍ୟୁତ ଖୁଣ୍ଟ ଏବଂ ମୂଳରୁ ଉପୁଡ଼ି ପଡ଼ିବା ବା ବଙ୍କା ହୋଇଯିବାର ସମ୍ଭାବନା ରହିଛି ।

ଅଧିକ ପଢନ୍ତୁ: ବାତ୍ୟା ଅମ୍ଫାନ: ସମ୍ଭାବ୍ୟ ବାତ୍ୟାକୁ ନେଇ ମୟୂରଭଞ୍ଜ ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ଏହି ମହାବାତ୍ୟାର ପ୍ରଭାବରେ ରେଳ ଲାଇନ, ମୁଣ୍ଡ ଉପର ବିଦ୍ୟୁତ ତାର ଓ ଦୂରଭାଷି ସଙ୍କେତ ଯନ୍ତ୍ର ଗୁଡ଼ିକରେ ସାମାନ୍ୟ କ୍ଷତି ହେବାର ସମ୍ଭାବନା ରହୁଛି । ଏପରିକି ପାଣିପାଗ ବିଭାଗ ସୂଚନାନୁଯାୟୀ, ଠିଆ ଫସଲ, ବୃକ୍ଷରୋପଣ, ବଗିଚା ଗୁଡ଼ିକ ଅତ୍ୟଧିକ ପ୍ରଭାବିତ ହେବା ସହିତ ତାଳ ଗଛର ବାଉଙ୍ଗା ଚିରି ହୋଇଯିବାର ସମ୍ଭାବନା ରହିଛି । ଝଙ୍କାଳିଆ ଗଛର ଡାଳ ପବନରେ ଭାଙ୍ଗି ଦୂର ସ୍ଥାନକୁ ପବନରେ ଉଡ଼ି ଯିବାର ସମ୍ଭାବନା ଥିବାରୁ ସେହି ସବୁ ସ୍ଥାନ ମାନଙ୍କରେ ଦୂରେଇ ରହିବା ଲାଗି ସତର୍କ କରାଯାଇଛି ।

 

Leave A Reply

Your email address will not be published.