Latest Odisha News

BREAKING NEWS

‘ଅମ୍ଫାନ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ, ସୁନ୍ଦରବନରେ ଛୁଇଁଲା ସ୍ଥଳଭାଗ

ଭୁବନେଶ୍ୱର: ଆରମ୍ଭ ହୋଇଛି ମହାବାତ୍ୟା ‘ଅମ୍ଫାନ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା । ଏହା ପଶ୍ଚିମବଙ୍ଗର ସୁନ୍ଦରବନରେ ସ୍ଥଳଭାଗ ଛୁଇଁଛି । ଧୀରେ ଧୀରେ ଅମ୍ଫାନର ସମ୍ମୁଖ ଭାଗ ସ୍ଥଳଭାଗକୁ ପ୍ରବେଶ କରୁଛି । ଏହି ଲ୍ୟାଣ୍ଡଫଲ ଶେଷ ହେବାକୁ ପ୍ରାୟ ୪ ଘଂଟା ସମୟ ଲାଗିବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଦେଇଛି ।

ସେପଟେ ଏହାର ପ୍ରଭାବରେ ଓଡ଼ିଶାର ବାଲେଶ୍ୱରରେ ସର୍ବାଧିକ ଘଣ୍ଟା ପ୍ରତି ୯୧ କି.ମି ବେଗରେ ପବନ ବହୁଛି । ଲ୍ୟାଣ୍ଡଫଲ୍‌ ସ୍ଥଳରେ ପବନର ବେଗ ଘଣ୍ଟାପ୍ରତି ୧୬୦ରୁ ୧୭୦ କିଲୋମିଟର ରହିଛି ।  ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବାଲେଶ୍ୱର ବାଲିଆପାଳ, ତାଳସିରା ଆଦି ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବର୍ଷା ସାଙ୍ଗକୁ ଜୋର୍‌ରେ ପବନ ମାଡ ହେଉଛି । ଦୀଘା ୪ରୁ ୫ ଫୁଟ ଉପରେ ସମୁଦ୍ର ଜୁଆର ଉଠୁଛି ।

Leave A Reply

Your email address will not be published.