Latest Odisha News

BREAKING NEWS

ଲକଡାଉନ୍ କଟକଣାରୁ ମୁକ୍ତ ହେଲା ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ: ଲକଡାଉନ୍ କଟକଣାରୁ ମୁକ୍ତ ହେଲା ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା । ଏନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଛାତ୍ରଛାତ୍ରୀମାଙ୍କ ସାମଗ୍ରୀକ ସ୍ବାର୍ଥକୁ ନଜରରେ ରଖି ପରୀକ୍ଷା ପାଇଁ ଅନୁମତି ଦିଆଯାଇଛି ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କହିଛନ୍ତି ।

ତେବେ ପରୀକ୍ଷା ଆୟୋଜନ ବେଳେ ସମସ୍ତ ପ୍ରକାରର ନିୟମାବଳୀ ଯଥା ସୋସିଆଲ ଡିଷ୍ଟାନ୍ସିଂ ଓ ମାସ୍କ, ହାତ ଧୋଇବା ଆଦିକୁ ପାଳନ କରାଯିବ । ମନ୍ତ୍ରାଳୟର ଏହି ନିଷ୍ପତ୍ତି ପାଳନ କରିବାକୁ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ସବୁ ରାଜର ମୁଖ୍ୟ ସଚିବଙ୍କୁ ପତ୍ର ଲେଖିଛନ୍ତି ।

ସୂଚନା ଯୋଗ୍ୟ ଯେ, ଆସନ୍ତା ଜୁଲାଇ ୧ରୁ ୧୫ ମଧ୍ୟରେ ସିବିଏସ୍‌ଇ ଦ୍ୱାଦଶ ଓ ଦଶମ ବୋର୍ଡ ପରୀକ୍ଷା ହେବ । ଦ୍ୱାଦଶ ପରୀକ୍ଷା ୧ ଜୁଲାଇରୁ ୧୫ ମଧ୍ୟରେ ହେବ । ଏହାସହ ଜୁଲାଇ୧, ୨, ୧୦ ଏବଂ ୧୫ ତାରିଖରେ ଉତ୍ତର ପୂର୍ବ ଦିଲ୍ଲୀର ଦଶମ ଶ୍ରେଣୀ ଛାତ୍ରଙ୍କ ପାଇଁ ଦଶମ ଶ୍ରେଣୀ ପରୀକ୍ଷା ଆୟୋଜିତ ହେବ । କରୋନା ଯୋଗୁଁ ଏହି ପରୀକ୍ଷାକୁ ମଝିରୁ ବାତିଲ କରାଯାଇଥିଲା ।

Leave A Reply

Your email address will not be published.