Latest Odisha News

BREAKING NEWS

ଆମ୍ରି ହସ୍ପିଟାଲ୍ସରେ ମାଷ୍ଟର ଇନ୍ ଏମର୍ଜେନ୍ସି ମେଡିସିନ୍ (ଏମ୍ଇଏମ୍)ର ପ୍ରଥମ ସମାବର୍ତନ ଉତ୍ସବ

ଭୁବନେଶ୍ୱର: ଆମ୍ରି ହସ୍ପିଟାଲ୍ସ ଭୁବନେଶ୍ୱରରେ ୨୦୧୮ ଜୁଲାଇ ୧୦ରେ ଅନୁଷ୍ଠିତ ପ୍ରଥମ ସମାବର୍ତନ ଉତ୍ସବରେ ଆମ୍ରି ହସ୍ପିଟାଲ୍ସ, ଭୁବନେଶ୍ୱର ପକ୍ଷରୁ ପ୍ରଥମ ବ୍ୟାଚ୍ରେ ପାଂଚ ଜଣ ବିଦ୍ୟାର୍ଥୀଙ୍କୁ ମାଷ୍ଟର ଅଫ୍ ଏମର୍ଜେନ୍ସି ମେଡିସିନ୍ (ଏମ୍ଇଏମ୍) ପ୍ରଦାନ କରାଯାଇଛି ।

ଏହି ସମାବର୍ତନ ଉତ୍ସବରେ ଶ୍ରୀଯୁକ୍ତ ଲକ୍ଷ୍ମୀ ନାରାୟଣ ରେଡ୍ଡି ଚିନ୍ନମ, ଭିପି, ୟୁନିଟ୍ ମୁଖ୍ୟ, ଆମ୍ରି ହସ୍ପିଟାଲ୍ସ ଭୁବନେଶ୍ୱର, ଡକ୍ଟର ବି ଏନ୍ ମିଶ୍ର, ଅଧ୍ୟକ୍ଷ, ମେଡିକାଲ୍ ଆଡଭାଇଜରି ବୋର୍ଡ, ଆମ୍ରି ହସ୍ପିଟାଲ୍ସ, ଡକ୍ଟର ସାଜିଦ ନୋମାନି, କୋର୍ସ ଡାଇରେକ୍ଟର, ଜର୍ଜ ୱାସିଂଟନ ୟୁନିଭର୍ସିଟି, ୟୁଏସ୍ଏ (ଜିଡବ୍ଲ୍ୟୁୟୁ)-ଏମ୍ଇଏମ୍ ଓ ବିଭିନ୍ନ ସ୍ପେସିଆଲିଟିଜ୍ ହସ୍ପିଟାଲ୍ର ଡ଼ାକ୍ତରମାନେ ଉପସ୍ଥିତ ଥିଲେ ।

ସମସ୍ତ ନାଗରିକଙ୍କ ପାଇଁ ବିଶ୍ୱ ସ୍ତରୀୟ ସ୍ୱାସ୍ଥ୍ୟ ସେବା ଆଣିବାର ପ୍ରତିଶ୍ରୁତିକୁ ଜାରି ରଖି ଶ୍ରୀଯୁକ୍ତ ଲକ୍ଷ୍ମୀ ନାରାୟଣ ରେଡ୍ଡି ଚିନ୍ନମ, ଭିପି, ୟୁନିଟ୍ ମୁଖ୍ୟ, ଆମ୍ରି ହସ୍ପିଟାଲ୍ସ ଭୁବନେଶ୍ୱର ଏମ୍ଇଏମ୍ ରେସିଡେନ୍ସିକୁ ସଫଳତାର ସହିତ ଶେଷ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଓ ରୋଗୀମାନଙ୍କ ଶୀଘ୍ର ଓ ଜୀବନ ରକ୍ଷାକାରୀ ଚିକିତ୍ସାକୁ ନିଶ୍ଚିତ କରିବାରେ ଜରୁରୀକାଳୀନ ଡ଼ାକ୍ତରମାନଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି ।

“ଭାରତ ବିଶ୍ୱର ଦ୍ୱିତୀୟ ସବୁଠୁ ଜନ ବହୁଳ ଦେଶ ହୋଇଥିବା ବେଳେ ସୀମିତ ସଂଖ୍ୟକ ସ୍ୱାସ୍ଥ୍ୟ ସେବା ଭିତିଭୂମି ଯୋଗୁଁ ଡାକ୍ତର ପିଛା ରୋଗୀଙ୍କ ସଂଖ୍ୟା ମଧ୍ୟରେ ବୈଷମ୍ୟ ବଢ଼ିଚାଲିଛି । ଏଭଳି ଏକ ପରିସ୍ଥିତିରେ ଜରୁରୀକାଳୀନ ଡ଼ାକ୍ତରମାନଙ୍କ ଆବଶ୍ୟକତା ବଢ଼ିଯାଇଛି । ସେ ଆଶା ପୋଷଣ କରିଛନ୍ତି ଯେ ଗ୍ରାଜୁଏଟ୍ ହୋଇଥିବା ଛାତ୍ରଛାତ୍ରୀମାନେ ଭାରତର ସ୍ୱାସ୍ଥ୍ୟ ସମସ୍ୟା ସ୍ଥିତିର ସମାଧାନ କରିବାକୁ ଯୋଗଦାନ ପ୍ରଦାନ କରିବେ । ଭାରତରେ ଉଦୀୟମାନ ଜରୁରୀକାଳୀନ ଫିଜିସିଆନ୍ମାନଙ୍କୁ ତାଲିମ ପ୍ରଦାନ କରିବାରେ ଜର୍ଜ ୱାସିଂଟନ ବିଶ୍ୱବିଦ୍ୟାଳୟ, ୟୁଏସଏର ସହଯୋଗକୁ ସେ ପ୍ରଶଂସା କରିଛନ୍ତି ଓ ଓଡ଼ିଶାର ଲୋକମାନଙ୍କୁ ସବୁଠୁ ସଦ୍ୟତମ ଓ ଷ୍ଟେଟ୍ ଅଫ୍ ଆର୍ଟ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ପାଇଁ ଏଭଳି ଏକାଡେମିକ୍ କାର୍ଯ୍ୟକ୍ରମ ପ୍ରତି ଆମ୍ରି ହସ୍ପିଟାଲ୍ସ ଭୁବନେଶ୍ୱରର ପ୍ରତିଶ୍ରୁତିବଦ୍ଧତା ଜାରି ରହିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।’’

ଇନଷ୍ଟିଚ୍ୟୁଟ୍ ଅଫ୍ ଏମର୍ଜେନ୍ସି ମେଡିସନ୍, ଆମ୍ରି ହସ୍ପିଟାଲ୍ସ ଭୁବନେଶ୍ୱର ଓ ଜର୍ଜ ୱାସିଂଟନ ବିଶ୍ୱବିଦ୍ୟାଳୟ, ୟୁଏସ୍ଏର ଅଭିଯାନ:
ଡକ୍ଟର ସାଜିଦ୍ ନୋମାନି, କୋର୍ସ ଡାଇରେକ୍ଟର ଓ ବିଭାଗୀୟ ମୁଖ୍ୟ, ଇନଷ୍ଟିଚ୍ୟୁଟ୍ ଅଫ୍ ଏମର୍ଜେନ୍ସି ମେଡିସିନ୍, ଆମ୍ରି ହସ୍ପିଟାଲ୍ସ ଭୁବନେଶ୍ୱର କହିଛନ୍ତି ଯେ, ଗ୍ରାଜୁଏଟ୍ ହୋଇଥିବା ଛାତ୍ରଛାତ୍ରୀମାନେ ଏମର୍ଜେନ୍ସି ମେଡିସିନ୍ ଉପରେ ଆବଶ୍ୟକ ଦକ୍ଷତା ତାଲିମ ହାସଲ କରିଛନ୍ତି ଓ ଏଭଳି ଦକ୍ଷ ଫିଜିସିଆନ୍ମାନଙ୍କର ବହୁତ ଆବଶ୍ୟକତା ରହିଛି । ଓଡ଼ିଶା ରାଜ୍ୟରେ ପ୍ରଥମ ଥର ପାଇଁ ସଫଳତାର ତିନି ବର୍ଷିର ଉନ୍ନତ ଢ଼ାଂଚାର ଏମର୍ଜେନ୍ସି ତାଲିମ ଚାଲୁ କରିଥିବାରୁ ସେ ଗର୍ବିତ ମନେ କରୁଛନ୍ତି ଓ ତାଙ୍କର ବିଶ୍ୱାସ । 

ରହିଛି ଯେ ଏଭଳି ଏକାଡେମିକ୍ ଉଦ୍ୟମ ଜାରି ରଖିଲେ, ପ୍ରତି ଏମର୍ଜେନ୍ସି ବିଭାଗ ତାଲିମପ୍ରାପ୍ତ ଓ ଯୋଗ୍ୟ ଏମର୍ଜେନ୍ସି ଫିଜିସିଆନ୍ ପାଇପାରିବେ ।

ଏହି ବ୍ୟାଚ୍ର ୫ ଜଣ ଛାତ୍ରଛାତ୍ରୀ ୨୦୧୫ରେ ସେମାନଙ୍କ ଏମ୍ଇଏମ୍ ରେସିଡେନ୍ସି ଆରମ୍ଭ କରିଥିଲେ । ତାଙ୍କର ତିନି ବର୍ଷିଆ ରେସିଡେନ୍ସିରେ ସେମାନେ ବିଭିନ୍ନ ମେଡିକାଲ୍ ଓ ସର୍ଜିକାଲ୍ ସ୍ପେସିଆଲିଷ୍ଟ୍ଙ୍କଠାରୁ ତାଲିମ ହାସଲ କରିଥିଲେ ଓ ଜର୍ଜ ୱାସିଂଟନ୍ ବିଶ୍ୱବିଦ୍ୟାଳୟ, ୟୁଏସ୍ଏର ଆନ୍ତର୍ଜାତିକ ଫାକଲ୍ଟିମାନଙ୍କଠାରୁ ନିୟମିତ ତାଲିମ ନେଇଥିଲେ । ୨୦୧୮ ଜୁନ୍ ୨୭ରୁ ୨୯ ପର୍ଯ୍ୟନ୍ତ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଏକ୍ଜିଟ୍ ପରୀକ୍ଷାକୁ ସେମାନେ ସଫଳତାର ସହିତ ପାସ୍ କରିଛନ୍ତି ଓ ଏମର୍ଜେନ୍ସି ମେଡିସିନ୍ ଉପରେ ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ସମ୍ପନ୍ନ ବିଶେଷଜ୍ଞଙ୍କ ସାମ୍ନାରେ ସେମାନେ ନିଜର ଗବେଷଣା ଥେସିସ୍କୁ ଉପସ୍ଥାପନ କରିଛନ୍ତି ।

ଆମ୍ରି ହସ୍ପିଟାଲ୍ସ ଭୁବନେଶ୍ୱରର ଏମର୍ଜେନ୍ସି ମେଡିସିନ୍ ବିଭାଗ ହେଉଛି ଅନ୍ୟତମ ସର୍ବବୃହତ ଏମର୍ଜେନ୍ସି ବିଭାଗ ଯେଉଁଥିରେ ଏକ ଉନ୍ନତ ଯୋଗ୍ୟ ଓ ତାଲିମପ୍ରାପ୍ତ ଏମର୍ଜେନ୍ସି ଫିଜିସିଆନ୍, ଏମର୍ଜେନ୍ସି ନର୍ସ ଓ ପାରାମେଡିକାଲ୍ ଷ୍ଟାଫ୍ ରହିଛନ୍ତି ଯେଉଁମାନେ ବର୍ଷକୁ ୧୨୦୦୦ରୁ ଅଧିକ ରୋଗୀଙ୍କୁ ସଦ୍ୟତମ ଓ ପ୍ରୋଟୋକଲ୍ ଭିତିକ ଏମର୍ଜେନ୍ସି ମେଡିକାଲ୍ ସେବା ପ୍ରଦାନ କରୁଛନ୍ତି । ଜର୍ଜ ୱାସିଂଟନ୍ ବିଶ୍ୱବିଦ୍ୟାଳୟର ରୋନାଲ୍ ରିଗାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଏମର୍ଜେନ୍ସିର ମେଡିସିନ୍ ଫାକଲ୍ଟିଙ୍କ ସଂଯୋଗରେ ଏହା ସଫଳତାର ସହିତ ତିନି ବର୍ଷିଆ ମାଷ୍ଟର୍ ଇନ୍ ଏମର୍ଜେନ୍ସି ମେଡିସିନ୍ ରେସିଡେନ୍ସି ଜାରି ରଖିଛି । ଅନେକ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଜର୍ଣ୍ଣାଲ୍ରେ ଅନେକ ନିବନ୍ଧ ପ୍ରକାଶ ପାଇଛି ।

ଆମ୍ରି ହସ୍ପିଟାଲ୍ସ ଲିମିଟେଡ୍ ସମ୍ବନ୍ଧରେ
ପୂର୍ବ ଭାରତରେ ମଲ୍ଟି ସ୍ପେସିଆଲିଟି ହେଲ୍ଥ କେୟାର ଫ୍ୟାସିଲିଟି ପ୍ରଦାନ କରୁଥିବା ଆମ୍ରି ହସ୍ପିଟାଲ୍ସରେ ରହିଛି ବିଭିନ୍ନ ପ୍ରକାର ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ଯଥା ଅଙ୍କୋଲୋଜି, ନ୍ୟୁରୋସାଇନ୍ସେସ୍, କାର୍ଡିଆକ୍ ସାଇନ୍ସେସ୍, ଅର୍ଥୋପେଡିକ୍ସ, ଏମ୍ରଜେନ୍ସି ଏବଂ ଟ୍ରାଉମା କେୟାର, ଗାଏନୋକୋଲୋଜି ଓ ଚାଇଲ୍ଡ କେୟାର ପରି ସୁବିଧା ରହିଛି । ଘରୋଇ ଉଦ୍ୟୋଗ କ୍ଷେତ୍ରରେ ଅଗ୍ରଣୀ ପ୍ରତିଷ୍ଠାନ ଭାବରେ ଏଠାରେ ପ୍ରାୟ ୧୦୦୦ ବେଡ୍ ରହିଛି । ଅତ୍ୟାଧୁନିକ ଓ ଉନ୍ନତ ଉପକରଣ ସାଙ୍ଗକୁ ଆଧୁନିକ ମାନର ସେବା ବ୍ୟବସ୍ଥା ଦ୍ୱାରା ଆମ୍ରି ପୂର୍ବ ଭାରତର ଲୋକମାନଙ୍କୁ ଉଚ୍ଚମାନର ଚିକିତ୍ସା ସୁବିଧା ସୁଲଭ ମୂଲ୍ୟରେ ସୁନିଶ୍ଚିତ କରୁଅଛି । ଏହାଦ୍ୱାରା ଜଟିଳ ରୋଗୀମାନଙ୍କୁ ଚିକିତ୍ସା ପାଇଁ ଦୂର ସ୍ଥାନକୁ ଯିବାର ଆବଶ୍ୟକତା ନାହିଁ । ଏହାର କୋଲ୍କାତାଠାରେ ହସ୍ପିଟାଲ୍ର ସଂପ୍ରସାରଣ କାର୍ଯ୍ୟ ମଧ୍ୟ ଚାଲୁ ରହିଛି । ଏକ ୪୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ସୁପର ସ୍ପେସିଆଲିଟି ହସ୍ପିଟାଲ ଭାବରେ ଆମ୍ରି ଭୁବନେଶ୍ୱରଠାରେ ତାର ଉନ୍ନତ ସେବା ପ୍ରଦାନ କରୁଛି । ୫୦୦ କୋଟି ଟଙ୍କା ନିବେଶରେ ଆମ୍ରି ହସ୍ପିଟାଲ୍ ପଶ୍ଚିମ ବଙ୍ଗରେ ଏକ ନୂତନ ୪୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ ଖୋଲିବାକୁ ଯାଉଛି । ଏହି ଗ୍ରୁପ୍ ପୂର୍ବ ଭାରତର ଲୋକମାନଙ୍କୁ ଉପଯୁକ୍ତ ସେବା ପ୍ରଦାନ କରିବାର ଲକ୍ଷ୍ୟ ରଖିଛି ଓ ଆଗାମୀ ୩-୪ ବର୍ଷ ମଧ୍ୟରେ ବେଡ୍ ସଂଖ୍ୟାକୁ ୬୦୦-୭୦୦ ବୃଦ୍ଧି କରିବାର ଲକ୍ଷ୍ୟ ରଖିଛି ।

Leave A Reply

Your email address will not be published.