Latest Odisha News

BREAKING NEWS

ଫେଲ୍ ମାରିଛି ଅମୃତଧାରା ପ୍ରକଳ୍ପ: ପାଣି ପାଇଁ ଅସୁବିଧାରେ ଲୋକେ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ପୌର ପରିଷଦ ପକ୍ଷରୁ ତିଆରି କରାଯାଇଛି ଅମୃତ ଧାରା ପ୍ରକଳ୍ପ । ବିଶୁଦ୍ଧ ଥଣ୍ଡା ପାଣି ବାହାରିବା ତ ଦୁରର କଥା ପାଣି ମୁନ୍ଦାଏ ବି ବାହାରୁ ନାହିଁ । ଦୀର୍ଘ ଦିନ ହେଲା ପ୍ରକଳ୍ପ ତିଆରି ହେବା ପରଠୁ ଏହି ପ୍ରକଳ୍ପଗୁଡିକରୁ ପାଣି ବାହାରୁ ନ ଥିବା ବେଳେ ସାଧାରଣ ଲୋକ ପାଣି ମୁନ୍ଦାଏ ପାଇଁ ବହୁ ଅସୁବିଧାର ସମୁଖୀନ ହେଉଛନ୍ତି । ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଥିବା ବେଳେ  ପିଇବା ପାଣି ମୁନ୍ଦାଏ ପାଇଁ ଡହକବିକଳ ହେଉଛନ୍ତି ସହରବାସୀ । ଅମୃତଧାର ଗୁଡିକ ମରାମତି କରି ତୁରନ୍ତ ପିଇବା ପାଣି ଯୋଗାଇ ଦେବାକୁ ସହରବାସୀ ଦାବି କରିଛନ୍ତି ।

ପିଇବା ପାଣି ସମସ୍ୟା ଦୂର କରିବା ପାଇଁ ୧୦ଟିରୁ ଉର୍ଦ୍ଧ୍ୱ ଅମୃତଧାର ପ୍ରକଳ୍ପ କରାଯାଇଛି । ହେଲେ ଅଧିକାଂଶ ପ୍ରକଳ୍ପରେ ପାଣି ବାହାରୁ ନ ଥିବା ବେଳେ ଗୋଟେ ଦି ଟା ପ୍ରକଳ୍ପରୁ ପାଣି  ପିଇବା ଉପଯୋଗୀ ହୋଇ ପାରୁ ନାହିଁ । ଅପକ୍ଷରରେ ନବ ନିର୍ବାଚିତ ପୌର ପରିଷଦ ଅଧ୍ୟକ୍ଷା ଅତି ଶିଘ୍ର ଅମୃତ ଧାରଗୁଡିକ କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି ।
ଜରୁରୀ ପରିସ୍ଥିତିରେ ଏହାକୁ କାର୍ଯ୍ୟକ୍ଷମ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ସହରବାସୀ ।

 

 

Leave A Reply

Your email address will not be published.