Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଆଜିଠାରୁ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ଦେଇ ମହାପ୍ରଭୁଙ୍କୁ ସର୍ବସାଧାରଣ ଦର୍ଶନ

ପୁରୀ : ଆସନ୍ତା ୩ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା।ଏହି ଦିନ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହେବା ସହ ମହାପ୍ରଭୁଙ୍କ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ । ଚଳିତ ବର୍ଷ ଭକ୍ତଙ୍କ ଗହଣରେ ହେବ ଚନ୍ଦନ ଯାତ୍ରା । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି ।  ଗହଳିକୁ ନିୟନ୍ତ୍ରଣ କରିବା ପାଇଁ ଆଜିଠାରୁ ପଶ୍ଚିମ ଦ୍ଵାର ପଟୁ ଦର୍ଶନ ଆରମ୍ଭ ହୋଇଛି।

ଆଜିଠାରୁ ଶ୍ରୀମନ୍ଦିର ପଶ୍ଚିମ ଦ୍ଵାର ଦେଇ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ପୂର୍ବରୁ କେବଳ ସିଂହଦ୍ଵାର ଦେଇ ଭକ୍ତ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଥିଲେ । ମେ ୩ ତାରିଖରେ ପବିତ୍ର ଚନ୍ଦନ ଯାତ୍ରା ଓ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ ହେବାକୁ ଥିବାରୁ ବଡ଼ଦାଣ୍ଡରେ ଗହଳିକୁ ହ୍ରାସ କରି ପଶ୍ଚିମ ଦ୍ଵାର ପଟୁ ଦର୍ଶନ ଆରମ୍ଭ ହୋଇଛି । ପଶ୍ଚିମ ଦ୍ଵାର ବ୍ୟାରିକେଡ଼ରେ ଭକ୍ତଙ୍କ ପାଇଁ ସେଡ, ପର୍ୟ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି ।

ସେପଟେ ଗତ ୨୫ ତାରିଖରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଜିଠାରୁ ପଶ୍ଚିମ ଦ୍ବାରା ଦେଇ ସର୍ବସାଧାରଣ ଦର୍ଶନ ନିଷ୍ପତି ନିଆଯାଇଥିଲା । ପୂର୍ବରୁ ଶ୍ରୀନହର ପର୍ୟ୍ୟନ୍ତ ବ୍ୟାରିକେଡ଼ ଯୋଗୁଁ ଭକ୍ତମାନେ ଡହଡହ ଖରାରେ ଦର୍ଶନ ପାଇଁ ଦୀର୍ଘ ସମୟ ଅପେକ୍ଷା କରି କଷ୍ଟ ଭୋଗୁଥିଲେ । ଆଗକୁ ରଥଖଳାରେ ରଥନିର୍ମାଣ ସହ ଚନ୍ଦନ ଯାତ୍ରା ହେବାକୁ ଥିବାରୁ ଶୃଙ୍ଖଳିତ ନୀତି,ରଥ ନିର୍ମାଣରେ ବାଧା ନଉପୁଜିବା ଓ ଭକ୍ତଙ୍କ ଗହଳିକୁ ଏଡ଼ାଇବା ପାଇଁ ପଶ୍ଚିମ ଦ୍ଵାର ଦେଇ ଦର୍ଶନ ଆରମ୍ଭ ହୋଇଛି ।

ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ସାହି ବାସିନ୍ଦା ଏହି ବ୍ୟବସ୍ଥା ଦ୍ବାରା ସହଜରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ।

Leave A Reply

Your email address will not be published.