Latest Odisha News

BREAKING NEWS

BMC: ଭୁବନେଶ୍ୱର ମହାନଗର ନିଗମ ଅଧୀନକୁ ଆସିବ ଆହୁରି ୩୧୬ କିଲୋମିଟର ଡ୍ରେନ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ୩୫ତମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ବିଏମସି ଅଧୀନକୁ ୩୧୬ କିଲୋମିଟର ଡ୍ରେନ ଅଣାଯିବ ବୋଲି ନିଷ୍ପତ୍ତି ହୋଇଛି । ଉନ୍ନତି ଓ ସହରୀ ବିକାଶ ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ଅର୍ଥ ମଞ୍ଜୁର କରିଛନ୍ତି ।

ଏଥିପାଇଁ ଅଧିକ କିଛି ଅର୍ଥ ରାଜ୍ୟ ସରକାର ଦେବାପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଉଭୟ ମେୟର ଓ ଆୟୁକ୍ତ ଗୃହକୁ ଅବଗତ କରାଇଛନ୍ତି । ଏହା ସହ ବିଡିଏ ଏବଂ ପଞ୍ଚାୟତରେ ଥିବା ରାସ୍ତା ବିଏମସି ଅଧିନକୁ ଆଣିବା ଏହା ବ୍ୟତିତ ଉପବିଭାଗ ଓ କର୍ପୋରେଟରଙ୍କ ପକ୍ଷରୁ ଆସିଥିବା ୧୮ଟି ପ୍ରସ୍ତାବ ୧୪ଟି ଲିଖିତ ପ୍ରଶ୍ନ ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ରାସ୍ତା ଓ ଗୃହ ବିଭାଗ ଅଧିନରେ ଥିବା ୩୧୬ କିଲୋମିଟର ଡ୍ରେନ ମଧ୍ୟ ବିଏମସି ଅଧିନକୁ ଆଣିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି ।

ଆସନ୍ତା ୬ ତାରିଖ ଦିନ ମୁକ୍ତା ଓ ଜାଗା ମିଶନ ସଂପର୍କିତ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ କର୍ପୋରେସନର ସ୍ୱତନ୍ତ୍ର ବୈଠକ ଡକାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ବୈଠକରେ ଅତିରିକ୍ତ ଆୟୁକ୍ତ ରତ୍ନାକର ସାହୁ ସଂଯୋଜନା କରିଥିଲେ । ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, ଆୟୁକ୍ତ ଚଞ୍ଚଳ ରାଣା, ସିଟି ଇଂଜିନିୟର ନାରଦ ଚନ୍ଦ୍ର ରଥ, ଅତିରିକ୍ତ ଆୟୁକ୍ତ ରତ୍ନାକର ସାହୁ, ସସ୍ମିତା ସାହୁ ଓ କୈଳାସ ଚନ୍ଦ୍ର ଦାସ, ମୁଖ୍ୟ ବିତ୍ତ ଅଧିକାରୀ ଦୀପକ ରଂଜନ ବେହେରାଙ୍କ ଉପସ୍ଥିତି ଥିଲେ ।

 

Comments are closed.