Latest Odisha News

BREAKING NEWS

ବଙ୍ଗୋପସାଗରରେ ବଢୁଛି ବାତ୍ୟା ଆଶଙ୍କା

ଭୁବନେଶ୍ୱର: ୨୯ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ଧୀରେ ଧୀରେ ବଙ୍ଗୋପସାଗରରେ ପ୍ରବେଶ କରିବ । ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ବିଭିନ୍ନ ପାଣିପାଗ ସଂସ୍ଥା ଏଭଳି ପୂର୍ବାନୁମାନ କରୁଛନ୍ତି । ତେବେ ଲଘୁଚାପ ସୃଷ୍ଟି ହେବା ପରେ ସ୍ପଷ୍ଟ ହେବ ଏହା ବାତ୍ୟାରେ ପରିଣତ ହେବ କି ନାହିଁ ? କେତେ ରହିବ ତୀବ୍ରତା ? ବାତ୍ୟା ହେଲେ ଏହାର ନାଁ ରହିବ ଜଓ୍ୱାଦ ।

ୱିଣ୍ଡିର ଜିଏଫଏସ୍ ମଡେଲ୍ ଦର୍ଶାଉଛି, ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇପାରେ । ଏହା ଓଡ଼ିଶା ଉପକୂଳ ନିକଟ ଦେଇ ଅତିକ୍ରମ କରିବାରେ । କିନ୍ତୁ ପଶ୍ଚିମବଙ୍ଗର ସୁନ୍ଦରବନରେ କରିପାରେ ଲ୍ୟାଣ୍ଡଫଲ୍ । ଏମିତି ହେଲେ ଓଡ଼ିଶାରେ ପଡ଼ିପାରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ । କିନ୍ତୁ ଏଯାଏ ସଠିକ ଭାବରେ କୌଣସି ଆକଳନ କରାଯାଇନି ।

ସେହିପରି ପାଣିପାଗ ସଂସ୍ଥା ସ୍କାଏମେଟ୍ ବି ସମ୍ଭାବ୍ୟ ବାତ୍ୟା ନେଇ ପୂର୍ବାନୁମାନ କରୁଛି । ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ ହୋଇପାରେ । ସାଇକ୍ଲୋନ୍ ହେଲେ ଏହା ଓଡ଼ିଶା-ପଶ୍ଚିମବଙ୍ଗ କିମ୍ବା ପଶ୍ଚିମବଙ୍ଗ-ବାଂଲାଦେଶ ଆଡ଼େ ମୁହାଁଇବ ବୋଲି କହିଛି ସ୍ମାଏମେଟ୍ ।

ତେବେ ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ କୌଣସି ପୂର୍ବାନୁମାନ କରିନି । ଆଇଏମଡି ସୂଚନା ଅନୁସାରେ, ୨୯ ତାରିଖରେ ଲଘୁଚାପ ସୃଷ୍ଟି ହେବ । ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଡିସେମ୍ବର ୩ ବେଳକୁ ଅଧୀକ ଘନୀଭୂତ ହେବ । ବଙ୍ଗୋପସାଗରରେ ଏକ ପାଣିପାଗ ବାତ୍ୟା ଅନୁକୂଳ ରହିଛି ବୋଲି ଆଇଏମଡି କହିଛି ।

Leave A Reply

Your email address will not be published.