Latest Odisha News

BREAKING NEWS

ଅନଲାଇନ ମାଧ୍ୟମରେ ଇଂରାଜୀ ପୁସ୍ତକ ‘ଭୁବନେଶ୍ୱର’ ଉନ୍ମୋଚିତ

ଭୁବନେଶ୍ୱର : ମହାଦେବଙ୍କ ମହିମାକୁ କେନ୍ଦ୍ର କରି ‘ସରନା ଏଜୁକେସନାଲ ଏଣ୍ଡ କଲଚରାଲ ସର୍ଭିସେସ’ ଆନୁକୂଲ୍ୟରେ ଇଂରାଜୀ ଭାଷାରେ ରଚିତ ଓ ପ୍ରସ୍ତୁତ ‘ଭୁବନେଶ୍ୱର-ଲର୍ଡ ଶିବଜ ଇଷ୍ଟର୍ଣ୍ଣ ଆବୋଡ଼’ ଶୀର୍ଷକ ପର୍ଯ୍ୟଟନ କୈନ୍ଦ୍ରିକ ପୁସ୍ତକର ଉନ୍ମୋଚନ ଅନଲାଇନ ମାଧ୍ୟମରେ ହୋଇଯାଇଛି। ଏହି ପୁସ୍ତକଟି ଟରୋଣ୍ଟୋ ସ୍ଥିତ ବିଦ୍ୟା ପବ୍ଲିସିଙ୍ଗ ପ୍ରକାଶ କରିଛନ୍ତି।

ପୂର୍ବରୁ ପୂର୍ବରୁ ବିନ୍ଦୁସାଗର ଚାରିପାଖରେ ୭୦୦୦ ମନ୍ଦିର ଥିବାବେଳେ ଏବେ ସେଥିରୁ ମାତ୍ର ୩୦୦ଟି ରହିଛି । ଏହି ପୂସ୍ତକରେ ସେହି  ମନ୍ଦିରମାନଙ୍କର କିମ୍ବଦନ୍ତୀ , ପୌରାଣିକ ତଥ୍ୟ , ସ୍ଥାପତ୍ୟ, କଳା , ଭାସ୍କର୍ଯ୍ୟର ମହାତ୍ମ ସମ୍ପର୍କରେ ଚିତ୍ରକଳା ମାଧ୍ୟମରେ ଖୁବ ସରଳ ଭାଷାରେ ବର୍ଣ୍ଣନା କରାଯାଇଛି। ଦେଶ ବିଦେଶର ପାଠକ ତଥା ପର୍ଯ୍ୟଟକ ମାନଙ୍କ ଦ୍ୱାରା ଏହା ବେଶ ପାଠକୀୟ ଆଦୃତି ପାଇବ ବୋଲି ଆଶା କରାଯାଉଛି।

ପ୍ରଶାନ୍ତ ଭୂୟାଁଙ୍କ ସ୍ୱାଗତ ଭାଷଣ ଓ ସଂଯୋଜନାରେ ଆରମ୍ଭ ଏହି ଭରଚୁଆଲରେ ସଭା ସଙ୍ଗୀତଜ୍ଞ ସୁସ୍ମିତା ଦାସ ଶିବସ୍ତୁତି ଗାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କିଶୋର ବସା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପୁସ୍ତକଟିର ଦୁର୍ଲ୍ଲଭ କଥାବସ୍ତୁ ଓ ମହତ୍ତ୍ୱର ପ୍ରଶଂସା କରି ମନ୍ଦିରର ଐତିହ୍ୟକୁ ଜନସାଧାରଣଙ୍କ ନିକଟରେ ପହଁଚାଇବା ପାଇଁ ଏହା ବିଶେଷ ସହାୟକ ହେବ ବୋଲି ମତ ପ୍ରକାଶ କରିଥିଲେ।

ଭୁବନେଶ୍ୱର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟୁରିଜିମ ଏଣ୍ଡ ଟ୍ରାଭେଲ ମ୍ୟାନେଜମେଣ୍ଟ ପ୍ରାଧ୍ୟାପକ ଆଦ୍ୟଶା ଦାସ ସମ୍ମାନିତ ବକ୍ତା ଭାବରେ ଯୋଗ ଦେଇ କହିଲେ ଯେ ପୁସ୍ତକଟି ପର୍ଯ୍ୟଟକ ମାନଙ୍କ ପାଇଁ ଏକ ମାର୍ଗଦର୍ଶିକା ହେବ ।

ବିଶ୍ୱ ଓଡ଼ିଶା ସମାଜର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ପୁସ୍ତକଟି ସକରାତ୍ମକ ଦିଗରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି କହିଥିଲେ।

ଏହି ଅବସରରେ ସରନାର ପ୍ରତିଷ୍ଠାତା ଜିତୁ ମିଶ୍ର ଓଡ଼ିଶାର ଗାଁ ଗହଳିର ପ୍ରକୃତ କଥା ଦେଶ ବାହାରେ ଠିକ ଭାବରେ ଦେଶ ବାହାରେ ପ୍ରଚାର ହୋଇପାରୁଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ଏଥିପାଇଁ ପର୍ଯ୍ୟଟନ ଶିଳ୍ପର ଭିତ୍ତିଭୂମିକୁ ସମୃଦ୍ଧ କରିବାକୁ ପଡିବ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ଶାନ୍ତି ନିକେତନରୁ କୈଳାସ ପଟ୍ଟନାୟକ, ପୁସ୍ତକର ପ୍ରକାଶନ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଥାଇଲାଣ୍ଡରୁ ଆଦ୍ରିଶ ବ୍ରହ୍ମଦତ୍ତ , ଓଡ଼ିଶାରୁ ସୁଦର୍ଶନ ଚିତ୍ରକର, କୁଏତରୁ ତୁଷାରକାନ୍ତି ମିଶ୍ର, ବାଙ୍ଗାଲୋରରୁ ପ୍ରସନ୍ନ ଭଗବାନ, ଲଣ୍ଡନରୁ ଡଃ ପ୍ରକାଶ ଦେ, ଟରୋଣ୍ଟୋରୁ ଶ୍ରୀ ଗୋପାଳ ମହାନ୍ତି,  ଗଗନ ପାଣିଗ୍ରାହୀ, ଆମେରିକାରୁ ଚନ୍ଦ୍ରା ମିଶ୍ର, ବାଙ୍ଗାଲୋରରୁ ତାପସ ରାଜ ପ୍ରମୁଖ  ଭାଗ ନେଇ ଉଭୟ ସର୍‍ନା ଏବଂ ବିଦ୍ୟା ପବ୍ଲିସିଂ ଉଭୟ ଅନୁଷ୍ଠାନକୁ ଶୁଭକାମନା ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମରେ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ କାନ୍‍ବେରାରୁ ଅଷ୍ଟ୍ରେଲିଆ ଓଡ଼ିଆ ସମାଜର ସଭାପତି ଡଃ ନଳିନୀ ପତି, ନିଉ ଇଂଲଣ୍ଡ ଓଡ଼ିଶା ସମାଜର ସଭାପତି ଦେବଦତ୍ତ ବେହେରା, ମାଲେସିଆରୁ ପ୍ରଫେସର ଦିପ୍ତୀ ନନ୍ଦ, ୟୁ.କେରୁ ଜୟଶ୍ରୀ ନନ୍ଦ, ଆର‌୍ୟାଲ୍ୟାଣ୍ଡରୁ ସଂଜୀବ ବାରିକ, ପୁନେରୁ ବିଜୟ ରଥ, ଭୁବନେଶ୍ୱରରୁ ବିକାଶ ଫାଉଣ୍ଡେସନର ପ୍ରତିଷ୍ଠାତା କୃପାନିଧି ବିଶ୍ୱାଳ ଏବଂ ଓଡ଼ିଆ ମହାମଞ୍ଚର ନିର୍ଦ୍ଦେଶକ ମନୋଜ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

ପରିଶେଷରେ ବିଦ୍ୟା ପବ୍ଲିସିଙ୍ଗ ଇଙ୍କର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ଼ଃ ତନୟା ପଣ୍ଡା ପୁସ୍ତକର ପ୍ରୋତ୍ସାହକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଏହା ଖୁବ ଶୀଘ୍ର ଆମାଜୋନରେ ବହୁଳ ଭାବରେ ବିକ୍ରି ହେବ ବୋଲି ଧୀରେନ୍ଦ୍ର କର କହିଥିଲେ ଡ଼ଃ . ସୁନନ୍ଦା ମିଶ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମ ଆୟୋଜନରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ନିଉଇଂଲଣ୍ଡ ଓଡ଼ିଶା ସମାଜ ସହଯୋଗ କରିଥିଲେ।

Leave A Reply

Your email address will not be published.