Latest Odisha News

BREAKING NEWS

୧୦୨.୩୯ କ୍ୟାରେଟର ହୀରା ନିଲାମ ହେବ, ସର୍ବନିମ୍ନ ମୂଲ୍ୟ ଶୁଣିଲେ ହୋସ୍ ଉଡିଯିବ !

ନ୍ୟୁୟର୍କ: ହଂକଂର ସୋଥୱାଇ ଅକ୍ସନ ହାଉସ ଶନିବାର ୧୦୨.୩୯ କ୍ୟାରେଟର ଏକ ହୀରା ନିଲାମ କରିବା ପାଇଁ ଘୋଷଣା କରିଛି । ଏହି ଅଣ୍ଡାକୃତି ହୀରାର ସର୍ବନିମ୍ନ ମୂଲ୍ୟ ୨୨୦ କୋଟି ଟଙ୍କା ଆକଳନ କରାଯାଇଛି । ଆସନ୍ତା ମାସରେ ଏହାକୁ ନିଲାମ କରାଯିବ । ୨୦୧୮ରେ କାନାଡାର ଆଟୋଂରିୟା ଅଂଚଳର ଏକ ଖଣିରୁ ୨୭୧ କ୍ୟାରେଟର ଅପରିଷ୍କୃତ ହୀରାକୁ କାଟି ଏହାକୁ ପ୍ରସ୍ତୁତ କରାଯାଇଛି ।

କାଟିବା ଓ ପଲିସି କରିବା ପାଇଁ ୧ ବର୍ଷରୁ ଅଧିକ ସମୟ ଲାଗିଥିଲା । ସେପ୍ଟମ୍ବର ୧୫ରେ ବିଡିଂ ପ୍ରୋସେସ ଆରମ୍ଭ ହେବ । ଅକ୍ଟୋବର ୫ ରାତି ୯ଟାରେ ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ସର୍ବାଧିକ ନିଲାମ ଡାକିବା ବ୍ୟକ୍ତିଙ୍କୁ ଏହା ବିକ୍ରି କରାଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.