Latest Odisha News

BREAKING NEWS

ଯାଜପୁରରେ ଅଭିନବ ଉପାୟରେ ଆନ୍ଦୋଳନ; ରାସ୍ତାରେ ଶୋଇରହି ଯୁବକଙ୍କ ବିକ୍ଷୋଭ ପ୍ରଦର୍ଶନ

ଯାଜପୁର: ଜାତୀୟ ରାଜପଥ ମରାମତି ଦାବିରେ ଅଭିନବ ଉପାୟରେ ପ୍ରତିବାଦ ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁସାରେ, ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ୫୩ ନଂ ଜାତୀୟ ରାଜପଥର ମରାମତି ଦାବି କରି ସ୍ଥାନୀୟ ଯୁବକ ମାନେ ହେଲମେଟ ପିନ୍ଧି ରାସ୍ତାରେ ଶୋଇ ରହିଥିଲେ ।

ସୂଚନା ମୁତାବକ ଚଣ୍ଡିଖୋଲ ରୁ କଳିଙ୍ଗନଗର, ସୁକିନ୍ଦା ଖଣି ଅଞ୍ଚଳ ଓ ତାଳଚେରକୁ ସଂଯୋଗ କରୁଥିବା ଏହି ୫୩ ନଂ ଜାତୀୟ ରାଜପଥର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି। ମରାମତି ଅଭାବରୁ ରାସ୍ତା ସାରା ଖାଲ ଖମାରେ ଭର୍ତ୍ତି ।

ଯାହାର ଫଳ ସ୍ୱରୂପ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ଘଟୁଛି। ତେବେ ଏହି ରାସ୍ତାର ମରାମତି ଦାବିରେ ପୂର୍ବରୁ ବହୁବାର ଆନ୍ଦୋଳନ କରାଯାଥିଲେ ମଧ୍ୟ ଏଯାଏଁ କୌଣସି ସୁଫଳ ମିଳିନାହିଁ।

ତେଣୁ ଆଜି ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଏଭଳି ଅଭିନବ ପ୍ରତିବାଦ କରିଛନ୍ତି ।

ଏହାର ପ୍ରଭାବରେ ବହୁ ସମୟ ଧରି ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ରହିଥିଲା। ପରେ ପୋଲିସ ଆସି ବୁଝାସୁଝା କରିବାରୁ ଯୁବକମାନେ ଆନ୍ଦୋଳନରୁ ଓହରିଛନ୍ତି।

Leave A Reply

Your email address will not be published.