Latest Odisha News

BREAKING NEWS

କେମିତି ହଜିଯାଏ ନୂଆବର୍ଷ ସଙ୍କଳ୍ପ ? ସୋସିଆଲ ମିଡିଆରେ ସେୟାର କଲେ ଆନନ୍ଦ ମହିନ୍ଦ୍ରା

ଭୁବନେଶ୍ୱର: ନୂଆ ବର୍ଷର ରିଜୋଲ୍ୟୁଶନ ପ୍ରାୟ ସମସ୍ତେ କରନ୍ତି । ହେଲେ ଏହି ରିଜଲ୍ୟୁଶନ କେତେଦିନ କାମ କରେ ତାହା କିଏ ହିସାବ ରଖେ ? ଏମିତି ରିଜଲ୍ୟୁଶନ ପ୍ରତିବର୍ଷ ହୁଏ..ହଜେ । ଏକଥା ସମସ୍ତେ ଜାଣନ୍ତି । କିନ୍ତୁ ଏମିତି ହଜି ଯାଉଥିବା ରିଜୋଲ୍ୟୁଶନର ଚିତ୍ର କେବେ ଦେଖିଛନ୍ତି ? ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଏମିତି ବଦଳି ଯାଉଥିବା ରିଜଲ୍ୟୁଶନର ସୁନ୍ଦର ଚିତ୍ର ଦେଖାଇଛନ୍ତି, ଯାହାକୁ ଦେଖିଲେ ଆପଣ ନିଜର ହସ ରୋକି ପାରିବେ ନାହିଁ ।

ସୋସିଆଲ ମିଡିଆରେ ଅନେକ ସମୟରେ ଅନେକ ମଜାଳିଆ, ପ୍ରେରଣାଦାୟୀ ଫଟୋ, ଦେଖିବାକୁ ମିଳିଥାଏ  ।ଏମିତି ଏକ ମଜାଦାର  ନୂଆବର୍ଷ ରିଜୋଲ୍ୟୁଶନ ଫଟୋ ସେୟାର କରିଛନ୍ତି । ଜାନୁଆରୀ ୪ ତାରିଖ ଦିନ ଆନନ୍ଦ ମହିନ୍ଦ୍ରା ନୂଆ ବର୍ଷର ସଙ୍କଳ୍ପ ଉପରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋ କହୁଛି, କେମିତି ଲୋକ ପ୍ରଥମ ୪ ସପ୍ତାହ ପୂରା ନ ହେଉଣୁ ସଙ୍କଳ୍ପ ରକ୍ଷା କରିବାରେ ବିଫଳ ହେଉଛନ୍ତି । ଏ ଫଟୋ ଏତେ ମଜାଦାର ହୋଇଛି ଯେ ୟୁଜର୍ସଙ୍କ ମନକୁ ଛୁଇଁ ଯାଇଛି । ଏହି ଫଟୋ ଏବେ ଭାଇରାଲ ହୋଇଛି ।

ଗୋଟିଏ ଫଟୋରେ ଦେଖିବେ ଜଣେ ବ୍ୟକ୍ତି ନୂଆବର୍ଷ ରିଜ୍ୟୁଶନ ଅନୁସାରେ ୧ ଏବଂ ୨ ଜାନୁଆରୀରେ କସରତ କରୁଛନ୍ତି । ୩ ଜାନୁଆରୀରେ ବ୍ୟକ୍ତି ଜଣକ ହାଲିଆ ହୋଇପଡୁଛନ୍ତି । ଆଉ ଶେଷରେ ଖଟ ଉପରେ ଶୋଇ ପଡ଼ୁଛନ୍ତି । ଏହି ଫଟୋକୁ ୨୪ ହଜାରରୁ ଅଧିକ ଲାଇକ ମିଳିଲାଣି । ମଜାଦାର କମେଣ୍ଟ ବି ଆସିଛି । ୟୁଜର୍ସ ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରାଙ୍କ ସହ ଏକମତ ହୋଇଛନ୍ତି ।

Leave A Reply

Your email address will not be published.