Latest Odisha News

BREAKING NEWS

ରାଜ୍ୟ ଓ ରାଜ୍ୟ ବାହାରର ୫୫୪ଟି ଘରୋଇ ହସ୍ପିଟାଲରେ BSKY ହିତାଧିକାରୀଙ୍କୁ ମାଗଣା ଚିକିତ୍ସା  

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY)ରେ ନୂଆ ହସ୍ପିଟାଲ୍ ସାମିଲ୍ କରାଯାଇଛି । ଏଣିକି ବିଏସକେୱାଇ ହିତାଧିକାରୀ ରାଜ୍ୟ ଓ ରାଜ୍ୟ ବାହାରେ ୫୫୪ଟି ହସ୍ପିଟାଲରେ ମାଗଣା ଚିକିତ୍ସା ସୁବିଧା ପାଇ ପାରିବେ ।

ରାଜ୍ୟ ବାହାରେ ଆସାମ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ, ପଞ୍ଜାବ, ତାମିଲନାଡ଼ୁ, ହରିୟାଣା, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ରାଜସ୍ଥାନ, ତେଲଙ୍ଗାନା ଓ ଉତ୍ତରାଖଣ୍ଡ ଆଦି ରାଜ୍ୟରେ ବିଏସକେୱାଇ ହିତାଧିକାରୀଙ୍କ ଚିକିତ୍ସା ଲାଗି ଓଡ଼ିଶା ସରକାର ୧୦୩ଟି ଘରୋଇ ହସ୍ପିଟାଲ ସହ ଅନୁବନ୍ଧିତ ହୋଇଛନ୍ତି ।

ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ୨୯ଟି ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲକୁ ବିଏସକେୱାଇରେ ସାମିଲ୍ ପାଇଁ ଅନୁମୋଦନ ଦେଇଥିଲେ । ସେସବୁକୁ ସାମିଲ୍ କରାଯାଇଛି । ବିଏସକେୱାଇ ୱେବସାଇଟରେ ଅନୁବନ୍ଧିତ ହସ୍ପିଟାଲର ତାଲିକା ଉପଲବ୍ଧ ଅଛି ।

Leave A Reply

Your email address will not be published.