Latest Odisha News

BREAKING NEWS

ଆକ୍ସନ ଭୂମିକାରେ ଅଭିନୟ କରିବାକୁ ଇଚ୍ଛା; ଅନନ୍ୟା ପାଣ୍ଡେ

ନୂଆଦିଲ୍ଲୀ: ଏବେ ଆକ୍ସନ ଗାର୍ଲ ହେବାକୁ ଚାହୁଛନ୍ତି ଅନନ୍ୟା। ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଆକ୍ସନ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଚାହୁଛନ୍ତି। ଏ ସଂପର୍କରେ ନିଜେ ଅନନ୍ୟା ଗଣମାଧ୍ୟମକୁ କହିଛନ୍ତି। ନିକଟରେ ତାଙ୍କ ଚଳଚ୍ଚିତ୍ର ‘ଖାଲି ପିଲ’‌‌ରେ ତାଙ୍କୁ କିଛି ଫାଇଟ୍‌-ସିନ୍‌ରେ ଦେଖିବାକୁ ମିଳିଥିଲା।

BjdElectrycity

ଅନନ୍ୟା କହିଛନ୍ତି,‘ଖାଲି ପିଲି’ରେ ଆକ୍ସନ୍‌ ସିନ୍‌ କରିବା ମୋ ପାଇଁ ନୂଆ ଅନୁଭୂତି ଥିଲା। ଚଳଚ୍ଚିତ୍ରରେ ଏଭଳି ସିନ୍‌ କରିବା ପରେ ଯଥେଷ୍ଟ ଆତ୍ମସନ୍ତୋଷ ମିଳୁଛି ଏବଂ ମୋର ଆତ୍ମବିଶ୍ୱ‌ାସ ମଧ୍ୟ ବଢ଼ିଛି। ତେଣୁ ଭବିଷ୍ୟତରେ ସୁଯୋଗ ମିଳିଲେ ମୁଁ ଏକ ଆକ୍ସନ୍‌ ଫିଲ୍ମ କରିବାକୁ ଚାହିଁବି ବୋଲି କହିଛନ୍ତି ଅନନ୍ୟା। ରିପୋର୍ଟ ଅନୁଯାୟୀ ଅନନ୍ୟାଙ୍କୁ ଆଗକୁ ବିଜୟ ଦେବେରକୋଣ୍ଡାଙ୍କ ସହ ‘ଫାଇଟର’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ। ଶକୁନ୍‌ ବାତ୍ରାଙ୍କ ଆଗାମୀ ଚଳଚ୍ଚିତ୍ର‌ରେ ବି ସେ ନଜର ଆସିପାରନ୍ତି।

Leave A Reply

Your email address will not be published.