Latest Odisha News

BREAKING NEWS

ବରଫ ହୋଇଗଲା ଶେଶନାଗ ହ୍ରଦ, ଚମକାଇ ଦେବ ଏହି ହ୍ରଦର ଚମତ୍କାରିତା

ଜାମ୍ମୁ: ସମୁଦ୍ର ପତ୍ତନଠାରୁ ୧୧,୮୭୦ ଫୁଟ ଉଚ୍ଚରେ ଅବସ୍ଥିତ ଶେଶନାଗ ହ୍ରଦ ଏକ ଅତ୍ୟନ୍ତ ପବିତ୍ର ଏବଂ ପ୍ରାଚୀନ ହ୍ରଦ | ଏହା ପହଲଗାମ ଠାରୁ ୧୦ କିଲୋମିଟର ଦୂରରେ ଏବଂ ଅମରନାଥ ଗୁମ୍ଫା ରାସ୍ତାରେ ଅବସ୍ଥିତ | ଆଜିକାଲି ଜାମ୍ମୁ-କାଶ୍ମୀର ଏବଂ ହିମାଚଳ ପ୍ରଦେଶର ପର୍ବତରେ ପ୍ରବଳ ତୁଷାରପାତ ହେଉଛି। ଏହି କାରଣରୁ, ଏହି ଉପତ୍ୟକାଗୁଡ଼ିକ ବରଫରେ ଆଚ୍ଛାଦିତ ହୋଇପଡିଛି | କେବଳ ଏତିକି ନୁହେଁ, ଏହି କାରଣରୁ ପ୍ରାଚୀନ ଶେଶନାଗ ହ୍ରଦର ପାଣି ମଧ୍ୟ ବରଫ ହୋଇଯାଇଛି। ଆଜିକାଲି ଏଠାରେ ତାପମାତ୍ରା -୧୮ ଡିଗ୍ରୀ ସେଲସିୟସରେ ପହଞ୍ଚିଛି | ଏହି ହ୍ରଦଟିକୁ ଚତୁର୍ଦ୍ଦିଗରୁ ଗ୍ଲେସିଅର୍ ଘେରି ରହିଛି | ତେବେ ଆସନ୍ତୁ ଜାଣିବା ହିନ୍ଦୁ ତୀର୍ଥସ୍ଥାନ ଶେଶନାଗ ହ୍ରଦର ମହତ୍ତ୍ଵ ଏବଂ ଏହା ସହ ଜଡିତ ପୌରାଣିକ କଥା…

ପୁରାଣ ଅନୁଯାୟୀ, ଯେତେବେଳେ ଭଗବାନ ଶିବ ମାତା ପାର୍ବତୀଙ୍କୁ ଅମର କାହାଣୀ ଶୁଣାଇବା ପାଇଁ ଅମରନାଥକୁ ନେଇ ଯାଉଥିଲେ, ସେତେବେଳେ ଭଗବାନ ଶିବ ଚାହୁଁଥିଲେ ଯେ ତାଙ୍କର ଅମର କାହାଣୀ କେହି ମଧ୍ୟ ଯେପରି ନ ଶୁଣନ୍ତୁ । କାରଣ ଏହି କାହାଣୀ ଯିଏ ଶୁଣିଥାଆନ୍ତା ସେ ଅମର ହୋଇଯାଇଥାଆନ୍ତା । ଏହି କାରଣରୁ, ଅମରନାଥ ଯିବାବେଳେ ଭଗବାନ ଶିବ ଅନନ୍ତନାଗରେ ଅନନ୍ତ ନାଗ (ସାପ), ପହଲଗାମରେ ବୃଷଭ ନନ୍ଦୀ ଏବଂ ଚନ୍ଦନୱାଡିରେ ଚନ୍ଦ୍ର ଦେବତାଙ୍କୁ ଛାଡି ଦେଇଥିଲେ । ଏହା ପରେ, କେବଳ ଶେଶନାଗ ହିଁ ତାଙ୍କ ସହିତ ରହିଥିଲେ । ସେ ହିଁ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ସହିତ ବହୁତ ଦୂର ପର୍ଯ୍ୟନ୍ତ ଯାଇଥିଲେ | ଭଗବାନ ଶିବ ଶେଶନାଗଙ୍କୁ ଆଦେଶ ଦେଲେ ଯେ ଏହି ସ୍ଥାନ ନିକଟରୁ କେହି ମଧ୍ୟ ଆଗକୁ ନ ଆସନ୍ତୁ। ତା’ପରେ ଶେଶନାଗ ନିଜେ ହ୍ରଦ ଏକ ଖୋଳି ଏଠାରେ ରହିବାକୁ ଲାଗିଲେ। ବିଶ୍ୱାସ କରାଯାଏ ଯେ ଆଜି ମଧ୍ୟ ଶେଶନାଗ ଏଠାରେ ରୁହନ୍ତି ଏବଂ ଭକ୍ତମାନଙ୍କୁ ଦର୍ଶନ ମଧ୍ୟ ଦିଅନ୍ତି | ଏହା ଏକ ଚମତ୍କାର ଯେ, ଶେଶନାଗଙ୍କ ଏକ ଆକୃତି ପ୍ରାୟତଃ ଏଠାରେ ଥିବା ହ୍ରଦରେ ଦେଖାଯାଏ | ଏହା ବ୍ୟତୀତ ଅନେକ ଥର ଶେଶନାଗଙ୍କ ଦର୍ଶନ ମଧ୍ୟ ଏଠାରେ ମିଳେ ।

ଏହି ପ୍ରାଚୀନ ଶେଶନାଗ ହ୍ରଦଟି ୨୫୦ ଫୁଟ ଗଭୀର ଅଟେ | ଏଠାକାରେ ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ଆଜିବି ଏଠାରେ ଶେଶନାଗ ରୁହନ୍ତି ଏବଂ ଭକ୍ତ ମାନଙ୍କୁ କେବେ କେବେ ଦର୍ଶନ ଦିଅନ୍ତି । ଆଜି ମଧ୍ୟ କେହି ବି ଏହି ହ୍ରଦ ପାର ହୋଇ ପାରନ୍ତି ନାହିଁ। ପର୍ବତମାଳା ମଧ୍ୟରେ ପ୍ରାୟ ଦେଢ କିଲୋମିଟର ଲମ୍ବ ବିସ୍ତାର କରିଥିବା ଏହି ନୀଳ ଜଳରାଶିରେ ପୂର୍ଣ୍ଣ ହ୍ରଦଟି ବହୁତ ସୁନ୍ଦର ଦେଖାଯାଏ । ଶୀତ ଋତୁରେ ଏହି ହ୍ରଦଟି ବରଫ ପାଲଟି ଯାଏ ।

 

Leave A Reply

Your email address will not be published.