Latest Odisha News

BREAKING NEWS

ସରିଗଲା ବିଧାନସଭା, ଏବେ ରାଜନୈତିକ ଦଳଗୁଡ଼ିର ପରବର୍ତ୍ତୀ ପଦକ୍ଷେପ କଣ?

ଭୁବନେଶ୍ୱର:ସରିଗଲା ଷୋଡ଼ଶ ବିଧାନସଭା। ହଙ୍ଗାମା ହଟ୍ଟଗୋଳ ମଧ୍ୟରେ ଏବେ ରାଜନୈତିକ ଦଳଗୁଡ଼ିର ପରବର୍ତ୍ତୀ ପଦକ୍ଷେପ କଣ ହେବ ତାକୁ ନେଇ ଚର୍ଚ୍ଚା। ଏବେ ପ୍ରାୟତଃ ଦଳଗୁଡ଼ିକ ଗାଁ ମୁଁହା ହେଉଛନ୍ତି। ବିଭିନ୍ନ ପ୍ରସଙ୍ଗ ନେଇ ଭୋଟରଙ୍କ ଭରଷା ଜିତିବା ପାଇଁ କରାଯାଉଛି ସମସ୍ତ ପ୍ରକାରର ପ୍ରଚେଷ୍ଟା। କାରଣ ଏବେ ହେବ ଗ୍ରାଉଣ୍ଡର ଲଢେଇ। ୨୪ ନିର୍ବାଚନର ଲଢେଇ ପାଇ ହାତରେ ଖୁଵ କମ ସମୟ। ତାକୁ ନେଇ ଗାଁ ମୁହାଁ ହେଲେଣି ନେତା।

ନିର୍ବାଚନ ପାଇଁ ବେଳ ଯେତିକି ପାଖେଇ ଆସିଲାଣି ହାତରେ କମ୍ ସମୟ। ଏହାରି ମଧ୍ୟରେ ଗାଁ ରେ ଥିବା ବୁଥ, ୱାର୍ଡ, ପଞ୍ଚାୟତ ଉପରେ ଫୋକସ କରିଛି ବିଜେଡି। ୨୦୧୯ ତୁଳନାରେ ଏଥର କିଭଳି ଅଧିକ ସିଟ୍ ହାତେଇବ ଦଳ, ସେଥିପାଇଁ ଗାଁ ଗାଁରେ ସଂଗଠନ ସଜାଡ଼ିବାରେ ଲାଗିଛନ୍ତି ଦଳୀୟ ତୁଙ୍ଗ ନେତା। ଅଧିକାଂଶ ସ୍ଥାନରେ ବିଜେଡି ନେତା କ୍ୟାମ୍ପେନ ବି ଆରମ୍ଭ କରି ଦେଇଛନ୍ତି । ବିଜେଡି ନେତାମାନେ ବହୁ ପୂର୍ବରୁ ଗ୍ରାଉଣ୍ଡର ଅଛନ୍ତି। କିଛି ହେଭିୱେଟଙ୍କୁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ବି ମିଳିଛି। ଲୋକମାନେ ମଧ୍ୟ ବିଜେଡି ସପକ୍ଷରେ। କେଉଁ ନେତାଙ୍କର ବିଜୟ ସମ୍ଭାବନା ଅଧିକ, ତାକୁ ଆଧାର କରି ଟିକେଟ୍‌ ଦିଆଯିବ।

ସେପଟେ ବିଜେଡିକୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ଥିବା ବିଜେପି ମଧ୍ୟ ବଳ କଷିବା ଆରମ୍ଭ କରି ଦେଇଛି। ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବଲପୁର ଗସ୍ତରେ ଆସିବା ରାଜ୍ୟ ବିଜେପିର ଦମ୍ଭ ମଜଭୁତ କରିଦେଇଛି। ଗାଁ ଗାଁ ରେ ବିଜେପି ସାଂସଦ, ବିଧାୟକ ଓ ବରିଷ୍ଠ ନେତାମାନେ ନିର୍ବାଚନୀ ପ୍ରଚାର ଆରମ୍ଭ କରି ଦେଇଛନ୍ତି । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ତଥା ମୋଦି ଲହରରେ ଓଡ଼ିଶାକୁ ଭିଜେଇବା ପାଇଁ ପ୍ରସ୍ତୁତ।

ଅନ୍ୟପଟେ ସବୁଠୁ ପୁରାତନ ଦଳ କଂଗ୍ରେସ ମଧ୍ୟ ବାଦ୍ ପଡିନି। ନିର୍ବାଚନ ବୈତରଣୀ ପାର କରିବା ପାଇଁ ୯ରୁ ୯୦ ମିଶନ ସହ ଏବେ ସକ୍ରିୟ ହୋଇଛି ଦଳ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ମଧ୍ୟ ରାଜ୍ୟ କଂଗ୍ରେସ କର୍ମୀଙ୍କ ମନୋବଳକୁ ବଢ଼ାଇବାରେ ରାମବାଣ ଭାବେ କାର୍ଯ୍ୟ କରୁଛି।

ରାଜ୍ୟର ୩ ପ୍ରମୁଖ ଦଳ ନିଜ ନିଜ ଭୋଟ ବ୍ୟାଙ୍କକୁ ମଜଭୁତ କରିବା ପାଇଁ କରୁଛନ୍ତି ଯୋରଶୋର କସରତ। ଏହାରି ମଧ୍ୟରେ ବିଜେଡିରୁ ଭି କେ ପାଣ୍ଡିଆନ ସମ୍ବଲପୁର ଗସ୍ତ କରିଛନ୍ତି। ବିଜେପିରୁ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରେ ଦଳକୁ ମଜବୁତ କରୁଥିବା ବେଳେ କଂଗ୍ରେସ ପ୍ରାର୍ଥୀ ବାଛିବା ପାଇଁ ଅନଲାଇନ ଆବେଦନକୁ ପ୍ରାଧାନ୍ୟଦେଉଛି।

Leave A Reply

Your email address will not be published.