ଭୁବନେଶ୍ବର : ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ । ଏହି ଅବସରରେ ଉଭୟଙ୍କ ମଧ୍ୟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନ ହେବ । ଦୁଇ ରାଜ୍ୟରେ ମଧ୍ୟରେ କୋଟିଆ ଓ ପୋଲାଭରମକୁ ନେଇ ଲାଗି ରହିଛି ବିବାଦ । ଆଲୋଚନା ବେଳେ ଉଭୟ ନେତାଙ୍କ ମଧ୍ୟରେ କୋଟିଆ ସହ ପୋଲାଭରମ ପ୍ରସଙ୍ଗରେ ହୋଇପାରେ ଆଲୋଚନା ।
ଆସନ୍ତାକାଲି ଅପରାହ୍ନ ସାଢ଼େ ୪ଟାରେ ଭୁବନେଶ୍ବରରେ ପହଞ୍ଚିବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ଦୁଇ ନେତାଙ୍କ ମଧ୍ୟରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ନେଇ ଲାଗି ରହିଥିବା ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ । ସାକ୍ଷାତ ପରେ ଅମରାବତୀ ଫେରିଯିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ନବୀନଙ୍କୁ ଭେଟିବା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ଜଗନ ମୋହନ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି । ନବୀନଙ୍କ ନିକଟରେ ଉପସ୍ଥାପିତ ହେବାକୁ ଥିବା ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି । ଉଭୟ ନେତାଙ୍କ ମଧ୍ୟରେ ହେବାକୁ ଥିବା ଆଲୋଚନାରୁ କି ନିଷ୍କର୍ସ ବାହାରୁଛି, ତାଉପରେ ଏବେ ସଭିଁଙ୍କ ନଜର ରହିଛି ।
Comments are closed.