Latest Odisha News

BREAKING NEWS

ଏନଡିଏରେ ସାମିଲ ହେବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି!

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡି । ଗତକାଲି ଜଗନ ମୋହନ ରେଡ୍ଡି ଦିଲ୍ଲୀ ପହଞ୍ଚିଥିବା ବେଳେ ସେ ପ୍ରଧାନମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକାର କରିଛନ୍ତି । ଏହି ଭେଟଘାଟରେ ଉଭୟଙ୍କ ମଧ୍ୟରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ସେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମଧ୍ୟ ଭେଟିଛନ୍ତି । ଜଗନ ମୋହନଙ୍କ ଦଳ NDAରେ ସାମିଲ ହେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ମୁଖ୍ୟମନ୍ତ୍ରୀ ଜଗନ ମୋହନ ଅର୍ଥ ମନ୍ତ୍ରଣାଳୟ ସହିତ ଆନ୍ଧ୍ରପ୍ରଦେଶର ପୋଲାଭରମଠାରେ ଗୋଦାବରୀ ନଦୀ ଉପରେ କରାଯାଉଥିବା ନଦୀବନ୍ଧ ତଥା ବହୁମୁଖି ଜଳଭଣ୍ଡାର ପ୍ରକଳ୍ପ ପୋଲାଭରମ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଶେଷ କରିବା ଲାଗି କେନ୍ଦ୍ର ପ୍ରାୟ ୧୨ ହଜାର ୯୧୧ କୋଟି ସହାୟତା ରାଶି ପ୍ରଦାନ କରିବ । ଏହାସହିତ ଏହି ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପ ମାନ୍ୟତା ଦେବା ଲାଗି କେନ୍ଦ୍ର କ୍ୟାବିନେଟ ନିକଟରେ ଜଗନ ଅନୁରୋଧ କରିଛନ୍ତି । ତେବେ ପୋଲାଭରମ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଲାଗି ପ୍ରାୟ ୧୭ ହଜାର ୧୪୪ କୋଟି ଅର୍ଥ ବ୍ୟୟ ହେବ ।
ରାଜ୍ୟରେ ନିର୍ମିତ ହୋଇଥିବା ୧୭ଟି ମେଡିକାଲ କଲେଜର ବିକାଶ ଲାଗି ସହାୟତା ରାଶି ପ୍ରଦାନ କରିବା ଲାଗି ମଧ୍ୟ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ଜଗନ । ଏହା ବ୍ୟତୀତ ଅନ୍ୟାନ୍ୟ ବିକାଶମୂଳକ ପ୍ରକଳ୍ପ ଯେପରିକି ଭୋଗାପୁରମ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ବିଶାଖାପାଟନମ ସହର ସହିତ ସଂଯୋଗ, ୬ ଲେନ ରାସ୍ତା ନିର୍ମାଣ ପାଇଁ ସହାୟତା ପ୍ରଦାନ କରିବା ଲାଗି ଅନୁରୋଧ କରାଯାଇଛି ।

Leave A Reply

Your email address will not be published.