Latest Odisha News

BREAKING NEWS

ବୋଲେରୋ-ଲରି ଧକ୍କା; ୮ ମୃତ, ୧୦ରୁ ଉର୍ଦ୍ଧ୍ୱ ଆହତ

ଅମରାବତୀ: ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ୍‌ରେ ଭୟଙ୍କର ଦୁର୍ଘଟଣା। ବୋଲେରୋକୁ ଧକ୍କା ଦେଲା ଲରି। ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ୧୨ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମୃତାହତମାନେ କର୍ଣ୍ଣାଟକ ଚିକ୍କାମାଗାଲୁରୁ ଅଞ୍ଚଳର ତୀର୍ଥଯାତ୍ରୀ ଥିବା ଜଣାପଡିଛି।

ଆହତମାନଙ୍କୁ ଚିକିତ୍ସା ପାଇଁ ଏମିଗାନୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁର୍ଣ୍ଣୁଲର ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ମୃତକମାନେ କର୍ଣ୍ଣାଟକ (ଚିକ୍କାମାଗାଲୁରୁ ଅଞ୍ଚଳ)ର ତୀର୍ଥଯାତ୍ରୀ ବୋଲି ଚିହ୍ନଟ ହୋଇଛନ୍ତି।

Comments are closed.