Latest Odisha News

୧୩ ବର୍ଷ ହେଲାଣି ଅଙ୍ଗନବାଡ଼ି କେନ୍ଦ୍ରରେ ନାହାନ୍ତି ଦିଦି

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ୍ ଡାଉଁଶନାଳୀ ଗ୍ରାମରେ ଦେଖିବାକୁ ମିଳିଛି ଶିକ୍ଷା ବ୍ୟବସ୍ଥାର ଦୁର୍ବଳ ସ୍କେଲିଟନ। ବିନା ଅଙ୍ଗନୱାର୍ଡି କର୍ମୀରେ ଚାଲିଛି ଶିଶୁ ଏବଂ ମାତୃତ୍ୱ ବିକାଶ ।

ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୧୩ ବର୍ଷ ଧରି ବିନା ଅଙ୍ଗନୱାର୍ଡି କର୍ମୀରେ ଚାଲିଛି ସେଣ୍ଟର । ପିଲା କେବଳ ଭାତ ଡାଲି ଖାଇବା ସମୟରେ ଆସନ୍ତି ଆଉ ଅଣ୍ଡା ଛତୁଆ ନେଇ ଯାଆନ୍ତି ।

ଅଙ୍ଗନୱାଡି ଦିଦି ନଥିବାରୁ ପିଲାଙ୍କ ରହିବାର କିଛି ପ୍ରୟୋଜନ ନାହିଁ । ଗର୍ଭବତୀ ଓ ପ୍ରସୂତି ମହିଳା ମାନେ କିଛି ସୁବିଧା ପାଉନାହାନ୍ତି। ପିଲାଙ୍କ ପଢ଼ିବା କଥା ତ ଦୂର ଅଛି । ଦୀର୍ଘ ୧୩ ବର୍ଷ ହେଲାଣି ଅଙ୍ଗନବାଡ଼ି ପିଲା ଅ ଅକ୍ଷରଟେ ଶିଖି ନାହାନ୍ତି ।

ଚଳିତ ବର୍ଷ ଅଙ୍ଗନୱାର୍ଡି କେନ୍ଦ୍ରରେ ଅଛନ୍ତି ୨୧ ଜଣ ଶିଶୁ । ସେମାନେ ଖାଲି ଅଣ୍ଡା ଛତୁଆ ନେବାକୁ ଆସନ୍ତି ।

୨୦୦୯ ମସିହା ସମୟରେ ଅଙ୍ଗନୱାର୍ଡି କେନ୍ଦ୍ରରେ ଥିବା କର୍ମୀଙ୍କର ଅନ୍ୟତ୍ର ଚାକିରି ହୋଇଗଲା। ତାଙ୍କ ଜାଗାରେ କାହାର ନିଯୁକ୍ତି ହେଲାନି ।

ବହୁ କଷ୍ଟେ ମଷ୍ଟେ ସହାୟିକା ଶାନ୍ତି ମୁର୍ମୁ  ୨ ବର୍ଷ ଧରି କେନ୍ଦ୍ରକୁ ଚଳାଇଥିଲେ ବୋଲି କହନ୍ତି। ପରେ ତାଙ୍କୁ ହିଁ ଅଙ୍ଗନଓ୍ୱାଡି କର୍ମୀ ଭାବେ ନିଯୁକ୍ତି ଦେବାକୁ ୨୦୧୧ରେ ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ ।

ଯଦିଓ ମାମଲା ୨୦୧୪ ମସିହାରେ ଫଇସଲା ହୋଇ ସାରିଛି । ତଥାପି କାହାକୁ ନିଯୁକ୍ତି ମିଳିନି । କଙ୍କଡାହାଡ଼ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପର ମଧ୍ୟ ଏଥି ପ୍ରତି ଚିନ୍ତା ନାହିଁ ।

ଏନେଇ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ କହନ୍ତି- ଆଇନଗତ ବାଧା ନଥିଲେ ତୁରନ୍ତ ଏଠାରେ କର୍ମୀ ନିଯୁକ୍ତି କରାଯିବ ।

Leave A Reply

Your email address will not be published.