Latest Odisha News

BREAKING NEWS

୨୦୨୪ ଦଖଲ ପାଇଁ ପ୍ରଭାରୀ ବଂଶଲ ପ୍ରସ୍ତୁତ କଲେ ରଣନୀତି

ଭୁବନେଶ୍ୱର: ପ୍ରଭାରୀ ସୁନୀଲ ବଂଶଲଙ୍କ ଅଧ୍ୟକ୍ଷତାରେ ଆଜି ଦ୍ୱିତୀୟ ଦିନରେ ପଦାଧିକାରୀ ଓ କୋର କମିଟିଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ ବିଜେପି କିଭଳି ୨୦୨୪ ନିର୍ବାଚନରେ ସଫଳ ହେବ ସେ ନେଇ ଆଲୋଚନା କରିଛନ୍ତି। ବୁଥ ସ୍ତରୀୟ ଅଭିଯାନ ପାଇଁ ଖସଡା ପ୍ରସ୍ତୁତ ହୋଇଥିବା ବେଳେ ରାଜ୍ୟର ୩୭ ହଜାର ବୁଥରେ ବିଜେପି ପହଞ୍ଚିବ ଏବଂ କେନ୍ଦ୍ର ସରକାରଙ୍କ କଥା ଗାଁରେ ପହଞ୍ଚାଇବା ସହ ରାଜ୍ୟ ସରକାରଙ୍କ ବିଫଳତା କଥା ବିଜେପି କହିବ ବୋଲି ଦଳ ନିଷ୍ପତ୍ତି ନେଇଛି।

ଗତକାଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏବଂ ବିଜେପି ସାଧାରଣ ସମ୍ପାଦକଙ୍କ ସହ ବୈଠକ ପରେ ବଂଶଲ ଦ୍ବିତୀୟ ଥର ବୈଠକ କରିଛନ୍ତି। ଗସ୍ତର ଶେଷଦିନରେ ପ୍ରଭାରୀ ବଂଶଲ ଆଗକୁ ଆସିବାକୁ ଥିବା ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଗସ୍ତ ନେଇ ମଧ୍ୟ ଆଲୋଚନା କରିଛନ୍ତି।

ଦ୍ଵିତୀୟ ଦିନରେ ବସିଥିବା ମାରଥନ ବୈଠକରେ ରାଜ୍ୟ ସଭାପତି, ବିଜେପି ରାଷ୍ଟ୍ରୀୟ ଉପାଧ୍ଯକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର, ସାଂସଦ ଜୁଏଲ ଓରାମ, ସୁରେଶ ପୂଜାରୀ, ପୁର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ସଂଗଠନ ସଂପାଦକ ପ୍ରମୁଖ ଉପସ୍ଥିତି ଥିଲେ।   ଏହାପରେ ରାଜ୍ୟ ପଦାଧିକରୀ ବୈଠକରେ ବିଧାୟକ, ସାଂସଦ, ଜିଲ୍ଲା ସଭାପତି, ଜିଲା ପ୍ରଭାରୀ ଓ ଦଳର ବିଭିନ୍ନ ମୋର୍ଚ୍ଚାର କର୍ମକର୍ତ୍ତା ଉପସ୍ଥିତ ଥଲେ।

ଆଗାକୁ ବିଧାନସଭା ଓ ଲୋକସଭା ନିର୍ବାଚନ ରହିଛି। ଦଳ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ତେଣୁ ଏ ନେଇ ଖସଡା ପ୍ରସ୍ତୁତ ହୋଇଛି। ଆଗାମୀ ଦିନରେ ରାଜ୍ୟ ସରକାରଙ୍କୁ ବିରୋଧ କରି ମୈଦାନକୁ ଓହ୍ଲାଇବ। ପ୍ରାଥମିକ ଭାବେ ତିନି ମାସିଆ ଖସଡ଼ା ପ୍ରସ୍ତୁତ ହୋଇଛି । ଏହି ସମୟରେ ରାଜ୍ୟର ୩୭ ହଜାର ବୁଥରେ ପହଞ୍ଚିବ ରାଜ୍ୟ ବିଜେପି । ଏହି ସମୟରେ ରାଜ୍ୟ ସରକାରଙ୍କ ବିଫଳତା କଥା କହି ଭୋଟ୍ ହାତେଇବାକୁ ବିଜେପି ଉଦ୍ଯମ କରିବାକୁ ଥିବା ବେଳେ କେନ୍ଦ୍ର ସରକାରଙ୍କ କଥା ଗାଁରେ ବିଜେପି ପହଞ୍ଚାଇବ ବୋଲି ବିଜେପି ନେତା ଗୋଲକ ମହାପାତ୍ର କହିଛନ୍ତି।

Leave A Reply

Your email address will not be published.