Latest Odisha News

BREAKING NEWS

ଫଟୋସୁଟ୍‌ ପାଇଁ ୧୮ ମିନିଟ ମହୁମାଛିଙ୍କ ମେଳରେ ବସିଲେ ହଲିଉଡ୍‌ ଅଭିନେତ୍ରୀ ଆଞ୍ଜେଲିନା ଜୋଲି

ନୂଆଦିଲ୍ଲୀ: ହଲିଉଡ୍‌ ଅଭିନେତ୍ରୀ ଆଞ୍ଜେଲିନା ଜୋଲି ନିକଟରେ ଏକ ମାଗାଜିନ କଭର ପାଇଁ ସୁଟିଂ କରିଥିଲେ। ସେଥିପାଇଁ ତାଙ୍କୁ ପ୍ରାୟ ୧୮ ମିନିଟ ଧରି ଦେହରେ ମହୁମାଛି ଘୋଡାଇ ବସିବାକୁ ପଡ଼ିଥିଲା। ବିଶ୍ୱ ମହୁମାଛି ଦିବସରେ ମହୁମାଛି ସଂରକ୍ଷଣର ପଦକ୍ଷେପକୁ ପ୍ରୋତ୍ସାହିତ କରିବା ପାଇଁ ସେ ନ୍ୟାସନାଲ୍ ଜିଓଗ୍ରାଫିକ୍ ପତ୍ରିକା ପାଇଁ ସୁଟ୍ କରିଥିଲେ।

ପତ୍ରିକାର କଭରରେ ଅଭିନେତ୍ରୀଙ୍କ କାନ୍ଧ, ହାତ ଏବଂ ଏପରିକି ମୁହଁ ମହୁମାଛି ଦ୍ୱାରା ଆଚ୍ଛାଦିତ ହୋଇଥିବାବେଳେ ସେ ସିଧା କ୍ୟାମେରାକୁ ଚାହିଁଥିବା ଦେଖିବାକୁ ମିଳିଛି।

Comments are closed.