Latest Odisha News

ବାପା ବିକ୍ରି ହେବେ, ଘର ଆଗର ନୋଟିସ ମାରିଲା ଝିଅ

ନୂଆଦିଲ୍ଲୀ: ସାଧାରଣତଃ ଛୋଟ ପିଲାମାନଙ୍କ କାର୍ଯ୍ୟକଳାପ ହୃଦୟସ୍ପର୍ଶୀ ହୋଇଥାଏ । ସେମାନେ କେବେକେବେ ବାପା ଓ ମା’ଙ୍କୁ ନେଇ ଏମିତି କିଛି ଲେଖିଥାଆନ୍ତି ଯାହା ସମସ୍ତ ମନକୁ ଛୁଇଁଥାଏ । ତାଙ୍କ ମନକୁ ଯାହା ଆସିଥାଏ ସେମାନେ ତାହାକୁ ଚିତ୍ର ମାଧ୍ୟମରେ ହେଉ ଅବା ଲେଖା ମାଧ୍ୟମରେ ପରିପ୍ରକାଶ କରିଥାଆନ୍ତି । ଏବେ ଏମିତି ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ଜଣେ ଛୋଟପିଲା ତାର ବାପାଙ୍କୁ ବିକ୍ରି କରିବାକୁ ଘର ଆଗରେ ନୋଟିସ ଲଗାଇଛି । ଏହି ନୋଟିସ ଏବେ ଖୁବ୍ ଚର୍ଚ୍ଚାକୁ ଆସିଛି ।

ଛୋଟପିଲାଟି ଏହି ନୋଟିସ ଲଗାଇବାର କାରଣ ହେଉଛି, ତାର ବାପା ତାର କୌଣସି କଥା ମାନି ନାହାନ୍ତି ।ମାଲାଭଟୁଇଟସ ନାମକ ଟୁଇଟରରୁ ଜଣେ ବ୍ୟକ୍ତି ଦୁଇଟି ଫଟୋ ସେୟାର କରିଛନ୍ତି । ଏହି ଫଟୋ ସେୟାର କରି ବ୍ୟକ୍ତି ଜଣକ ଲେଖିଛନ୍ତି, ମୁଁ ମୋର ଝିଅର କଥା ମାନିଲି ନାହିଁ । ତେଣୁ ସେ ଆମ ଘର ସାମ୍ନା ଦ୍ୱାର ନିକଟରେ ଏକ ପେନସିଲରେ ହାତଲେଖା ନୋଟିସ ଝୁଲାଇ ଦେଇଛି । ଏହି ନୋଟିସ ଦେଖି ମୁଁ ଭାବୁଛି ମୋର ମୂଲ୍ୟ ମାତ୍ର ଏତିକି ଟଙ୍କା । ସେୟାର ହୋଇଥିବା ନୋଟିସରେ ଲେଖା ହୋଇଛି, ବାପା ବିକ୍ରି ହେବେ । ବିକ୍ରି ମୂଲ୍ୟ ୨ଲକ୍ଷ ଟଙ୍କା ରହିଛି । ଅଧିକ ସୂଚନା ପାଇଁ କଲିଂବେଲ ବଜାଇ ପାରିବେ । ଏହି ପୋଷ୍ଟକୁ ଦେଖିବା ପରେ ଲୋକେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି ।

Leave A Reply

Your email address will not be published.